Below header

କରୋନା କଲବଲ କରୁଥିବାବେଳେ ଆଉ ଏକ ଅଜଣା ରୋଗ ଖେଳାଉଛି ଆତଙ୍କ, ୩ ଶିଶୁ ମୃତ ଏବଂ ୧୦୦ ରୁ ଅଧିକ ଆକ୍ରାନ୍ତ

ସାରା ବିଶ୍ଵ କରୋନା ମହାମାରୀ ସହ ଲଢେ଼ଇ କରୁଛି। ଦିନକୁ ଦିନ ହୁ ହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ପାଖାପାଖି ୨୦୦ଟି ଦେଶକୁ କରୋନା କବଳିତ କରିରଖିଛି। ତେବେ ଏହି ସବୁ ମଧ୍ୟରେ କରୋନା ଭାଇରସ ଦ୍ୱାରା ଅଧିକ ସଂକ୍ରମିତ ହୋଇଥିବା ଦେଶ ଅମେରିକାକୁ ଯେମିତି ବିପଦ ମାଡିଚାଲିଛି। କରୋନାର ପ୍ରକୋପ ଜାରୀ ରହିଥିବାବେଳେ ଏବେ ଆଉ ଏକ ଦୁର୍ଲଭ ରୋଗ ବ୍ୟାପିବାରେ ଲାଗିଛି। ଏହି ରୋଗ ବିଶେଷକରି ପିଲାମାନଙ୍କ ମଧ୍ୟରେ ବ୍ୟାପିବାରେ ଲାଗିଛି ଏବଂ କେବଳ ନ୍ୟୁୟର୍କରେ ୭୩ ରୁ ଅଧିକ ପିଲା ପ୍ରଭାବିତ ହୋଇଥିବାବେଳେ ୩ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ରୋଗ ଦ୍ୱାରା ଶିଶୁମାନେ ପ୍ରଭାବିତ ହେଉଛନ୍ତି।ଏହି ରୋଗ ବିଶେଷ କରି ପିଲାମାନଙ୍କ ଠାରେ ଏହା ବ୍ୟାପୁଥିବା ଜଣାପଡିଛି। ଏହି ରହସ୍ୟମୟ ରୋଗର ୧୦୦ ରୁ ଅଧିକ ମାମଲା ସମଗ୍ର ଆମେରିକାରୁ ରିପୋର୍ଟ କରାଯାଇଛି। ପିଲାଙ୍କ ଶରୀରରେ ରକ୍ତ ପହଂଚାଉଥିବା ରକ୍ତ ଧମନୀରେ ସମସ୍ୟା ଦେଖାଯାଉଛି। ପାଖାପାଖି ଛଅଟି ଦେଶ ଆମେରିକା, ବ୍ରିଟେନ, ଫ୍ରାନ୍ସ, ଫ୍ରାନ୍ସ, ଇଟାଲୀ ଏବଂ ସ୍ୱିଜରଲ୍ୟାଣ୍ଡରେ ଏହି ଦୁର୍ଲଭ ରୋଗ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଅସୁରକ୍ଷିତ ପିଲାମାନଙ୍କର ବୟସ ୨ରୁ ୧୫ ବର୍ଷ ଅଟେ।

childdଏହି ରୋଗ କାୱାସାକୀ ସହିତ ମେଳ ଖାଉଥିବା ଜଣାଯାଉଛି। ନ୍ୟୁୟର୍କର ଜେନୋମ ସେଣ୍ଟର ଏବଂ ରକଫେଲର ବିଶ୍ୱବିଦ୍ୟାଳୟ ଏହି ରୋଗର କାରଣ ଖୋଜିବା ପାଇଁ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ରିପୋର୍ଟରୁ ଜଣାଯାଇଛି ଏହି ରୋଗର ପ୍ରାରମ୍ଭିକ ଲକ୍ଷଣ ହେଉଛି ଚର୍ମ ଏବଂ ଧମନୀ ଫୁଲିଯିବା । ପିଲାମାନଙ୍କର ଆଖିରେ ରାଗ ଥାଏ ଏବଂ ଶରୀରରେ ଲାଲ ଦାଗ ସୃଷ୍ଟି ହୁଏ । ଏହା ପରେ ଚର୍ମର ରଙ୍ଗ ମଧ୍ୟ ପରିବର୍ତ୍ତନ ହେବାକୁ ଲାଗେ । ଏହା ବ୍ୟତୀତ ଦୀର୍ଘ ସମୟ ଧରି ଜ୍ୱର, ପେଟ ଏବଂ ଛାତିରେ ପ୍ରବଳ ଯନ୍ତ୍ରଣା ଏବଂ ନିମ୍ନ ରକ୍ତଚାପ ଭଳି ସମସ୍ୟା ପ୍ରକାଶ ପାଇଥାଏ ।

ଏହାକୁ କରୋନା ସହିତ ଯୋଡିବା ପାଇଁ ଅଧିକ ପ୍ରମାଣ ମିଳିପାରିନାହିଁ। କିନ୍ତୁ ଏହି ମାମଲାକୁ ଗମ୍ଭୀରତାର ସହିତ ନିଆଯାଉଛି ବୋଲି କହିଛନ୍ତି ଫ୍ରାନ୍ସର ସ୍ୱାସ୍ଥ୍ୟ ମନ୍ତ୍ରୀ। ଡାକ୍ତରମାନଙ୍କ କହିବାନୁସାରେ, ଏହି ରୋଗର କାରଣ ଜଣା ନ ଥିବାରୁ ଚିକିତ୍ସା ମଧ୍ୟ କଷ୍ଟସାଧ୍ୟ ଅଟେ। ବର୍ତ୍ତମାନ ରୋଗୀଙ୍କୁ ଷ୍ଟେରଏଡ, ଶିରାଭ୍ୟନ୍ତର ଇମ୍ୟୁନୋଗ୍ଲୋବୁଲିନ ଏବଂ ଆସ୍ପିରିନ ଔଷଧ ଦିଆଯାଉଛି। ଏହା ବ୍ୟତୀତ କଠିନ ପରିସ୍ଥିତିରେ ଆଣ୍ଟିବାୟୋଟିକ ମଧ୍ୟ ଦିଆଯାଉଛି। 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.