ବ୍ରହ୍ମପୁର ସହରରେ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା: ଚାଲିଛି ପୋଲିସର ଛାନବିନ୍

ବ୍ରହ୍ମପୁର( କେନ୍ୟୁଜ୍): ବ୍ରହ୍ମପୁର ସହରର ଗେଟ୍ ବଜାର ପଞ୍ଚାନନନଗରରେ ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଲେ ରଶ୍ମୀ ମେହେର । ଗତ କାଲି ବିଳମ୍ୱିତ ରାତିରେ ଘରେ ନିଜ ଦୁଇଟି ପିଲାଙ୍କୁ ଧରି ଶୋଇଥିବା ବେଳେ ଆଜି ସକାଳୁ ତାଙ୍କର ମୃତ ଦେହ ଉଦ୍ଧାର ହୋଇଛି । ଏନେଇ ତାଙ୍କ ସମ୍ପର୍କୀୟମାନେ ଖବର ପାଇବା ପରେ ପୋଲିସକୁ ଖବର ଦେଇଥିଲେ । ସଦର ଥାନା ପୋଲିସ ଓ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

ରଶ୍ମୀ ମେହେରଙ୍କୁ ତଣ୍ଟି ଚିପି କେହି ହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି । ସେପଟେ ମୃତ ରଶ୍ମୀଙ୍କ ସ୍ୱାମୀ ପରିତ୍ୟକ୍ତା ଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଭୀମ ମେହେର ତାଙ୍କୁ ରକ୍ଷିତା ଭାବେ ଗ୍ରହଣ କରିଥିଲା । ହେଲେ ସ୍ୱାମୀ ଭୀମ ଏଭଳି କାଣ୍ଡ ଭିଆଇ ଥିବା ପୋଲିସ ସନ୍ଦେହ କରିଥିବା ବେଳେ ସେ ବର୍ତ୍ତମାନ ଫେରାର ଅଛି । ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏନେଇ ପୋଲିସ ଅଧିକା ତଦନ୍ତ ଜାରୀ ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.