ବାଣପୁରର ବିଭିନ୍ନ ଅଞ୍ଚଳରେ ପୋଲିସ୍‌ ଓ ଅବକାରୀ ବିଭାଗର ମିଳିତ ଚଢାଉ : ବିପୁଳ ପରିମାଣର ଦେଶୀ ମଦ ପୋଚ ଜବତ

ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଆଦିବାସୀ ଅଧ୍ୟୁଷିତ ଅଂଚଳ ସ୍ଥିତ ବିରିଜାଈ ନିକଟସ୍ଥ କଟୁଆଳ ଗ୍ରାମ ବରବରା ପଞ୍ଚାୟତ ଓ ନିଳାଦ୍ରି ପଞ୍ଚାୟତରେ ସକାଳ ୮ ଘଟିକା ସମୟରେ ପୋଲିସ୍‌ ଓ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ମଦ ପୋଚ ଜବତ ହୋଇଛି । ବାଲୁଗାଁ ଏସ୍‌ଡିପିଓ ସୁରେଶ କୁମାର ଦାସଙ୍କ ନେତୃତ୍ବରେ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ, ବାଣପୁର ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ, ଅବକାରୀ ବିଭାଗର ଇନ୍ସପେକ୍ଟର ନିନା ବେଉରା, ଅବକାରୀ ସବ୍‌ଇନ୍ସପେକ୍ଟର ମନୋଜ ବାରିକ, ବାଣପୁର ପୋଲିସ୍‌ ଏସ୍‌ଆଇ ଦିଗ୍‌ବିଜୟ ବିଶ୍ବାଳ, ଏସ୍‌ଆଇ ପ୍ରସନ୍ନ ଜେନା, ସିଏସଆଇ ଜ୍ୟୋତ୍ସ୍ନାରାଣୀ ଖୁଣ୍ଟିଆ, ଏଏସ୍‌ଆଇ ବସନ୍ତ ପଟ୍ଟନାୟକ, ଏଏସ୍‌ଆଇ ଶ୍ରୀନିବାସ ପ୍ରଧାନ, ଏଏସ୍‌ଆଇ ମହେନ୍ଦ୍ର ସେଠୀ ଓ ତାଙ୍କର ୭୦ ଜଣିଆ ଟିମ୍‌ ଏହି ଚଢାଉରେ ସାମିଲ୍‌ ରହିଛନ୍ତି।

ସୂଚନା ମୁତାବକ ନିଳାଦ୍ରୀ ପ୍ରସାଦ ଓ ବରବରା ପଞ୍ଚାୟତର ବିଭିନ୍ନ ଜାଗାରେ ଚଢାଉ ଜାରି ରହିଥିବାବେଳେ ଏପର୍ଯ୍ୟନ୍ତ ୬୦୦୦ ଲିଟର ଦେଶୀ ମଦ ପୋଚ ଜବତ କରି ନଷ୍ଟ କରିଦିଆଯାଇଛି। ସୂଚନାଯୋଗ୍ୟ, ନିଳାଦ୍ରି ପ୍ରସାଦ ଓ ବରବରା ପଞ୍ଚାୟତର ସେହି ସବୁ ଜାଗାରୁ ବାରମ୍ବାର ଦେଶୀ ମଦ ଚାଲାଣ ହେଉଥିବାବେଳେ ଅଭିଯୁକ୍ତମାନେ ଫେରାର ହୋଇଯାଉଛନ୍ତି। ତେଣୁ ସେମାନଙ୍କୁ ଗିରଫ କରିବା ପାଇଁ ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.