ଯାଜପୁରରୁ ପୁଣି ୭ ନୂଆ ଆକ୍ରାନ୍ତ ଚିହ୍ନଟ ହେବାପରେ ୨ଟି ପଞ୍ଚାୟତକୁ ସଟ୍‌ ଡାଉନ ଘୋଷଣା

ଯାଜପୁର: ଯାଜପୁରରୁ ପୁଣି ୭ ନୂଆ ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୭୧ରେ ପହଞ୍ଚିଛି । ୭ ନୂଆ ଆକ୍ରାନ୍ତ ଚିହ୍ନଟ ପରେ ୨ଟି ପଞ୍ଚାୟତକୁ ସଟ୍‌ ଡାଉନ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ । ଗତକାଲି ୩୧ ଜଣ  ସୁସ୍ଥ ହୋଇଥିବା ବେଳେ  ଏବେବି  ୩୮ ଜଣ ସକ୍ରିୟ ଅଛନ୍ତି ।

ଆଜି ଚିହ୍ନଟ ହୋଇଥିବା ୭ଜଣଙ୍କ ମଧ୍ୟରୁ ବିଂଝାରପୁର ଏବଂ ବରୀ ବ୍ଳକରୁ ୨ଜଣ ଲେଖାଏ ଅଛନ୍ତି । ସେହିପରି ରସୁଲପୁର ବ୍ଲକରୁ ୩ଜଣ ଆକ୍ରାନ୍ତ ହୋଇଛନ୍ତି । କେବଳ ଔଷଧ ଦୋକାନ ବ୍ୟତୀତ ଅନ୍ୟ କୌଣସି ଦୋକାନ ବଜାର ଖୋଲି ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.