ଭଦ୍ରକ ରେଳ ଷ୍ଟେସନରେ ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ୍, ଆଖପାଖ ଅଞ୍ଚଳରେ କର୍ଫ୍ୟୁ ଜାରି

ଭଦ୍ରକ: ଭଦ୍ରକ ରେଳ ଷ୍ଟେସନରେ ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ୍‌ । ଗୁଜରାଟ ଥାନଗଡରୁ ଗତକାଲି ପ୍ରଥମ ଟ୍ରେନ୍‌ ଆସିଥିବାବେଳେ ଆଜି ଦ୍ୱିତୀୟ ଟ୍ରେନ୍‌ ଆସି ପହଞ୍ଚିଛି । ଏଥିରେ ଭଦ୍ରକ ଜିଲ୍ଲା ସମେତ କେନ୍ଦ୍ରାପଡ଼ା ଓ ଆଉ କିଛି ଜିଲ୍ଲାର ପ୍ରବାସୀ ଥିଲେ । ଗୁଜରାଟରୁ ଆସିଥିବା ଟ୍ରେନରେ ୩୨୬ଜଣ ଯାତ୍ରୀ ଆସିଥିଲେ । ସ୍କ୍ରିନିଂ ପରେ ନିଜ ନିଜ ଅଞ୍ଚଳକୁ ବସ୍‌ ଯୋଗେ ପଠାଯାଇଛି ।

ସେହିପରି ଆଉ କିଛି ସମୟ ପରେ ମହାରାଷ୍ଟ୍ର ଥାନେରୁ ଆଉ ଏକ ଟ୍ରେନ୍‌ ଆସି ଭଦ୍ରକ ଷ୍ଟେସନ୍‌ରେ ପହଞ୍ଚିବ । ପ୍ରବାସୀ ଫେରୁଥିବାରୁ ଷ୍ଟେସନ ପରିସର ସମେତ ଆଖପାଖ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି । ଆଜି ଦିନ ୨ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ।

ଭଦ୍ରକ ଷ୍ଟେସନ୍‌ ପରେ ବାଲେଶ୍ୱର ଷ୍ଟେସନ୍‌ର ୪ ନମ୍ବର ପ୍ଲାଟ୍‌ଫର୍ମରେ ଅଟକିଥିଲା ଟ୍ରେନ୍‌ । ଷ୍ଟେସନ୍‌ରେ ବାଲେଶ୍ୱର ଓ ମୟୂରଭଞ୍ଜର ଶ୍ରମିକମାନେ ଓହ୍ଲାଇଥିଲେ । ସେହିପରି ମହାରାଷ୍ଟ୍ରରୁ ଆସୁଥିବା ଟ୍ରେନ୍‌ ମଧ୍ୟ ବାଲେଶ୍ୱରରେ ଅଟକିବ । ବାଲେଶ୍ୱର ଷ୍ଟେସନ୍‌ରେ ଟ୍ରେନ୍‌ ଅଟକୁଥିବାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.