Below header

ପରଦାରେ ହଟ୍‌ ଏବଂ ସେକ୍ସି ସିନ୍‌ରେ ଚତ୍ମକାର ଅଭିନୟ କରୁଥିବା ସନ୍ନିଙ୍କ ପ୍ରେମ କାହାଣୀ ଥିଲା କିଛି ଏମିତି

ବଲିଉଡର ବୋଲ୍ଡ ଅଭିନେତ୍ରୀ ଭାବେ ସନ୍ନି ଲିଓନୀ ବେଶ ଜଣାଶୁଣା। ଆଜି ସନ୍ନି ନିଜର ୩୯ ତମ ଜନ୍ମଦିନ ପାଳନ କରୁଛନ୍ତି। ଲକଡାଉନ ଥିବା ଯୋଗୁଁ ଜନ୍ମଦିନରେ ବେଶ୍‌ କିଛି କାର୍ଯ୍ୟକ୍ରମ ନଥିଲେ ମଧ୍ୟ ତାଙ୍କ ଫ୍ୟାନ ସୋସିଆଲ ମିଡିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ଯେଉଁଠି ସନ୍ନିଙ୍କ ପୁରୁଣା ଏବଂ ନୂଆ ଫଟୋ ସହିତ ଭିଡିଓ ମଧ୍ୟ ସେୟାର କରାଯାଇଛି। ସନ୍ନିଙ୍କ ଜୀବନରେ ପତି ଡାନିଏଲଙ୍କ ମହତ୍ତ୍ୱ ବେଶୀ ରହିଛି।

sunny 2

 

ସନ୍ନି ଏବଂ ଡାନିଏଲଙ୍କ ପ୍ରଥମ ସାକ୍ଷାତ ଲସ ଭେଗାସରେ ହୋଇଥିଲା। ସେହି ସମୟରେ ସନ୍ନି ଆଡଲ୍ଟ ଫିଲ୍ମ ଇଣ୍ଟ୍ରଷ୍ଟୀର କୁଇନ ଥିଲେ। ଦୁହେଁ ପରସ୍ପରକୁ ଏକ ପାର୍ଟିରେ ଦେଖାହୋଇଥିଲେ। ସନ୍ନିଙ୍କ ସୁନ୍ଦରତାରେ ଡାନିଏଲ ବେଶ ପ୍ରଭାବିତ ହୋଇ ବିବାହ ପାଇଁ ନିବେଦନ କରିଥିଲେ। ଏହି ସମୟରେ ଡାନିଏଲ ସନ୍ନିଙ୍କ ମୋବାଇଲ ନମ୍ବର ଏବଂ ଇମେଲ ଆଇଡି ମଧ୍ୟ ନେଇଥିଲେ। କିନ୍ତୁ ସନ୍ନି ଡାନିଏଲଙ୍କ ପ୍ରପୋଜକୁ ମନା କରିଦେଇଥିଲେ। ଏହା ସତ୍ତ୍ୱେ ମଧ୍ୟ ଡାନିଏଲ ସନ୍ନିଙ୍କୁ ଫୁଲ ଏବଂ ଇମେଲ ପଠାଇଥିଲେ। ସେହି ସମୟରେ ସନ୍ନିଙ୍କ ମା’ଙ୍କର ପରଲୋକ ହୋଇଥିଲା। ତା’ ପରେ ସନ୍ନିଙ୍କ ଖରାପ ସମୟର ସାଥି ପାଲଟିଥିଲେ ଡାନିଏଲ। ଏହା ପରେ ଦୁହେଁ ପରସ୍ପରକୁ ଡେଟ୍‌ କରିଥିଲେ ଏବଂ ତା’ ପରେ ବିବାହ।

sunny 1

୨୦୧୧ରେ ଦୁହେଁ ବିବାହ କରିଥିଲେ। ବିବାହ ପରେ ସନ୍ନି ଏବଂ ଡାନିଏଲ ନିଜର ପ୍ରଡକ୍ସନ ହାଉସ ଖୋଲିଥିଲେ। ତା’ ପରେ ସନ୍ନି ବଲିଉଡକୁ ଆସିବାକୁ ମନ ବଳାଇଥିଲେ। ନିଜ ପତି ଡାନିଏଲଙ୍କ ଅନୁମତି ବିନା କୌଣସି ଫିଲ୍ମ ସାଇନ କରନ୍ତି ନାହିଁ ସନ୍ନି। ସନ୍ନି ସର୍ବଦା ନିଜର ତିନି ପିଲା ଏବଂ ପତିଙ୍କ ସହିତ ନଜର ଆସନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.