ବିସ୍କୁଟ ପାଇଁ ଯୁଦ୍ଧ ! ସାମ୍ନାକୁ ଆସିଲା ବିହାର ରେଲୱେ ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାର ଚିତ୍ର

ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ କିଛି ଶ୍ରମିକ ଏକ୍ସପ୍ରେସ ଚାଲୁଥିବା ବେଳେ ଆଉ କେତେକ ଶ୍ରମିକ ରାସ୍ତାରେ ମାଇଲ ମାଇଲ ବାଟ ଚାଲି ଘରକୁ ଯିବାକୁ ଚେଷ୍ଟା ଚଳାଇଛନ୍ତି। ତେବେ ଏହାରି ଭିତରେ ଶ୍ରମିକମାନଙ୍କ ଦୁର୍ଦ୍ଦଶାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି।

ଭିଡ଼ିଓଟି ବିହାରର କଟିହାର ରେଲୱେ ଷ୍ଟେସନର। ଏଥିରେ ଶ୍ରମିକମାନେ ବିସ୍କୁଟ ପାଇଁ ଛଡାପଡ଼ା ହେଉଥିବା ନଜର ଆସୁଛନ୍ତି। ଭିଡ଼ିଓକୁ ବଲିଉଡ ନିର୍ଦ୍ଦେଶକ ଓନିର ସେୟାର କରିବା ସହ ଏହାକୁ ନେଇ ସରକାରଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି। ଭିଡ଼ିଓ ସେୟାର କରି ଓନିର କ୍ୟାପସନ ଲେଖିଛନ୍ତି, ‘ଆତ୍ମ ନିର୍ଭର ଭାରତ’। ଏହା ଉପରେ ଲୋକଙ୍କର ଅନେକ କମେଣ୍ଟ ମଧ୍ୟ ଆସିଛି।

Leave A Reply

Your email address will not be published.