ଖୋର୍ଦ୍ଧା: ଲକଡାଉନ ବେଳେ ବେଶ ଭଲରେ ତିଆରି ଚାଲିଛି ଦେଶୀ ମଦ, ବେଗୁନିଆ ପୋଲିସର ଚଢାଉ, ଚମ୍ପଟ ମାରିଲେ ବେପାରୀ

ଖୋର୍ଦ୍ଧା(କେନ୍ୟୁଜ୍): କରୋନା ପାଇଁ ଦେଶରେ ଜାରି ରହିଛି ତାଲାବନ୍ଦ । ତାଲାବନ୍ଦ ପାଇଁ ଲୋକମାନେ ନାହିଁନଥିବା ସମସ୍ୟାର ସମ୍ମୁଖିନ ହେଉଥିବା ବେଳେ ମାଲାମାଲ ହେଉଛନ୍ତି ଦେଶୀ ମଦ ବ୍ୟବସାୟୀ । ଲକଡ଼ାଉନ ପାଇଁ ବିଦେଶୀ ମଦ ଦୋକାନ ବନ୍ଦ ରହିଥିବାରୁ ଏହାର ଭରପୁର ଫାଇଦା ଉଠାଉଛନ୍ତି ଦେଶୀ ମଦ ମାଫିଆ ମାନେ ।

ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପୋଲିସ ଏକଡ଼ାଳିଆ ଗ୍ରାମ ଆଦିବାସୀ ସାହି ନିକଟରେ ବେଆଇନ ଦେଶୀ ମଦ ରନ୍ଧା ହେଉଥିବା ଖବର ପାଇ ଚଢ଼ାଉ କରିଥିଲା । ପୋଲିସକୁ ଦେଖି ମଦ ମାଫିଆ ମାନେ ଫେରାର ହୋଇଯାଇଥିବା ବେଳେ ପୋଲିସ ସେଠାରୁ ପ୍ରାୟ ଦୁଇ ହଜାର ଲିଟରରୁ ଉର୍ଦ୍ଧ୍ୱ ପୋଚକୁ ନଷ୍ଟ କରି ମଦ ପ୍ରସ୍ତୁତ ସରଞ୍ଜାମକୁ ଜବତ କରିଛି । ମାଫିଆ ମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

ସେହିଭଳି ଗତ ୧୨ ତାରିଖରେ କମିଶନରେଟ ପୋଲିସର କ୍ବିକ୍ ଆକ୍ସନ ଟିମ୍ ଓ କ୍ୟାପିଟାଲ ଥାନାର ଅଧିକାରୀ  ମିଳତ ଭାବେ  ଚଢାଉ କରି ୪୮ ବୋତଲ  ବିୟର, ୨ ବୋତଲ  ହ୍ବିସ୍କି,(ମୋଟ ୩୨.୭ ଲିଟର) ଓ ନଗଦ ୫୦୭୦ ଟଙ୍କା ଜବତ କରିଛନ୍ତି। ଏହା ସହିତ ୨ ଟି ବାଇକ ଓ  ଦୁଇଜଣ ଅଭିଯୁକ୍ତକୁ ଗିରଫ କରି କେସ୍ ରେଜିଷ୍ଟ୍ରେସନ କରିଛି କିମିଶନରେଟ ପୋଲିସ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.