Below header

ଚୀନ୍‌କୁ ବୁଦ୍ଧି ଶିଖାଇବା ପାଇଁ ଆମେରିକାର ପ୍ଲାନ୍‌ ‘୧୮’, ଭାରତକୁ ରଖିବ ସାଙ୍ଗରେ

ନୂଆଦିଲ୍ଲୀ : କରୋନା ଖେଳ ଖେଳି ଚୀନ୍‌ ବିଶ୍ୱରେ ହାହା କାର ସୃଷ୍ଟି କରିଛି । ଏଥିରେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଆମେରିକା, ଫ୍ରାନ୍ସ,ଇଟାଲି ଓ ଜାପାନ ଭଳି ବିକଶିତ ଦେଶଗୁଡ଼ିକ । କରୋନା ମହାମାରୀ ପାଇଁ ପ୍ରଥମରୁ ଆମେରିକା ଚୀନ୍‌କୁ ଦୋଷ ଦେଇ ଆସିଛି ।

ହେଲେ ଚୀନ୍‌ ସର୍ବଦା ତା’ର ଦୋଷକୁ ଅସ୍ୱୀକାର କରି ଆସିଛି । ଏବେ ଚୀନ୍‌କୁ ଏକ ଘରିଆ କରିବାକୁ ଆମେରିକା ସବୁ ପ୍ରକାର ଉଦ୍ୟମ ଆରମ୍ଭ କରିଛି । ନିକଟରେ ଆମେରିକା  ୭ଟି ଦେଶର ବୈଦେଶିକ ମନ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ ଦେଶର ଆର୍ଥିକ ସ୍ଥିତି ସୁଧାରିବା ନେଇ ଆଲୋଚନା କରିଛି ।

trump-111

ଏବେ ଚୀନ୍‌ ଉପରେ ପ୍ରତିବନ୍ଧ ଲଗାଇବା ପାଇଁ ଆମେରିକା ୧୮ ସୂତ୍ରୀ ପ୍ରସ୍ତାବ ଜାରି କରିଛି । ଆମେରିକା ସିନେଟ୍‌ରେ ସିନେଟର ଥମ୍‌ ଟିଲିସ୍‌ ଏହି ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ଯଦି ସିନେଟ୍‌ରେ ଏହା ଅନୁମୋଦିତ ହୋଇଯାଏ ତେବେ ଚୀନ୍‌ ପାଇଁ ଏହା ବଡ଼ ମହଙ୍ଗା ହୋଇପାରେ ।

ଏହି ୧୮ ଟି ପ୍ରସ୍ତାବ ମଧ୍ୟରେ ଭାରତ ସହ ସୈନ୍ୟ ସମ୍ପର୍କ ବଢ଼ାଇବା ଗୋଟିଏ ପ୍ରସ୍ତାବ ରହିଛି । ଚୀନ୍‌ ପ୍ରଶାସନ ଜାଣିଶୁଣି କରୋନା ଭାଇରସ୍‌କୁ ବଢ଼ାଇଛି । ଏଥିପାଇଁ ଚୀନ୍‌କୁ କ୍ଷତିପୂରଣ ଦେବାକୁ ପଡ଼ିବା ସହ ଚୀନ୍‌ ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଜଣେ ସିନେଟ୍‌ର ପ୍ରସ୍ତାବ ରଖିଛନ୍ତି ।

ଏଥିସହ ୨୦୨୦ ଶୀତକାଳୀନ ଅଲ୍‌ମ୍ପିକ୍‌ ଚୀନ୍‌ରୁ ଫେରାଇ ଆଣିବା ପାଇଁ ଅପିଲ୍‌ କରାଯିବ ବୋଲି ମଧ୍ୟ ଟ୍ରମ୍ପ୍‌ ପ୍ରଶାସନ କହିଛି । ଏହି ଯୋଜନା ଅନୁଯାୟୀ ମିତ୍ର ଦେଶ ସହ ସୈନ୍ୟ ସହଯୋଗ ବଢ଼ାଯିବ । ଆମେରିକା ଏଥିରେ ୨୦ ବିଲିୟନ୍‌ ଡଲାର ଅର୍ଥ ଖର୍ଚ୍ଚ କରିବାକୁ ଯୋଜନା ରଖିଛି ।

covid-0

ଏଥି ସହିତ ଭାରତ,ତାଇଓ୍ଵାନ୍‌ ଓ ଭିଏତନାମକୁ ଷ୍ଟେଟ୍‌ ଅଫ୍‌ ଦି ଆଟ୍‌ର୍ ସୈନ୍ୟ ଉପକରଣ ବିକ୍ରି କରିବାକୁ ମଞ୍ଜୁରୀ ଦେବା ପାଇଁ ଆମେରିକା ପ୍ରସ୍ତାବ ରଖିଛି । ଜାପାନ ଓ ଦକ୍ଷିଣ କୋରିଆ ସେନା ପୁନର୍ଗଠନ ଏବଂ ମାରାତ୍ମକ ମିଲିଟାରୀ ହତିଆର ଦେବାକୁ ମଧ୍ୟ ଯୋଜନା କରୁଛି ।

ଚୀନ୍‌ରୁ ଆମେରିକା ତା’ର ସବୁ ମ୍ୟାନୁଫାକ୍‌ଚରିଙ୍ଗ୍‌ କମ୍ପାନୀକୁ ଫେରାଇ ଆଣିବା ସହ ଚୀନ୍‌ ଉପରେ କୈଣସି ଜିନିଷ ନିର୍ଭର ନକରିବା ପାଇଁ ଆମେରିକା ଯୋଜନା କରୁଛି । ସବୁ ଦେଶ ଚୀନ୍‌ ଉପରେ ପ୍ରତିବନ୍ଧ ଲଗାଇବା ପାଇଁ ଆମେରିକା ଆହ୍ଵାନ୍‌ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.