ସମଗ୍ର ବିଶ୍ବରେ ବର୍ତ୍ତମା କରୋନା ମହାମାରୀ ଥମିବାର ନାଁ ନେଉନାହିଁ। ଅନପଟେ ୱାର୍ଲ୍ଡ ହେଲ୍ଥ ଅର୍ଗାନାଇଜେସନ୍ (WHO) ର ଏକ ରିସର୍ଚ୍ଚରୁ ଆଶ୍ଚର୍ଯ୍ଯ କରିଦେବା ଭଳି କଥା ସମ୍ନାକୁ ଆସିଛି। ରିସର୍ଚ୍ଚ ଅନୁଯାୟୀ କରୋନା ଭାଇରସ କାରଣରୁ ପାଞ୍ଚ ଲକ୍ଷ ଏଡସ୍ (Aids) ବ୍ଯକ୍ତିଙ୍କ ମୃତ୍ୟୁ ହୋଇପାରେ।
ଡବ୍ଲ୍ଯୁଏଚଓ (WHO) ଏବଂ ୟୁଏନଏଡସ (UNAIDS) ଅନୁସାରେ ଅନୁମାନ କରାଯାଉଛି ଆଫ୍ରିକାର ସବ-ସହାରାରେ ଆସନ୍ତା ୬ ମାସ ମଧ୍ଯରେ ପାଖାପାଖି ୫ ଲକ୍ଷ ଏଡସ୍ ରୋଗୀଙ୍କର ମୃତ୍ୟୁ ହୋଇପାରେ। ଯଦି ଏଭଳି ହୁଏ ତେବେ ୨୦୦୮ ମସିହାରେ ଏଡସ୍ ରେ ମୃତ୍ୟୁବରଣ କରିଥିବା ବ୍ଯକ୍ତିଙ୍କ ରେକର୍ଡ ଭାଙ୍ଗିପାରେ।
ରିପୋର୍ଟ ଅନୁଯାୟୀ ୨୦୧୮ରେ ଆଫ୍ରକିାର ସବ-ସହାରାରେ ଆନୁମାନିକ ୨୫.୭ ଲକ୍ଷ ଲୋକ ଏଚଆଇଭି ସଂକ୍ରମିତ ଥିଲେ ଏବଂ ୬୪ ପ୍ରତିଶତ ଲୋକ ଆଣ୍ଟିରୋଟ୍ରୋଭାଇରାଲ (ARV) ଥେରାପି ନେଉଥିଲେ। ସୂଚନା ମୁତାବକ କରୋନା ଭାଇରସ କାରଣରୁ ଅନେକ ଏଚଆଈଇଭି କ୍ଲିନିକ୍ ବନ୍ଦ ହୋଇସାରିଛି। ଯେଉଁ କାରଣରୁ ଏଡସ୍ ସଂକ୍ରମିତ ବ୍ଯକ୍ତିମାନେ ଔଷଧ ପାଇପାରୁନାହାନ୍ତି। ରିସର୍ଚ୍ଚରୁ ଜାଣିବାକୁ ମିଳିଛି ଯଦି ଏଡସ୍ ବ୍ଯକ୍ତିଙ୍କ ଏଆରପି ଥେରାପି ମିଳିନଥାଏ ତେବେ ସେମାନଙ୍କ ଶରୀରରେ ଏଚଆଇଭି ଭାଇରସର ମାତ୍ରା ବଢିବାକୁ ଲାଗିଥାଏ। ଯଦି ଏହି ବ୍ଯକ୍ତିଙ୍କଠାରୁ କୌଣସି ପ୍ରକାରରେ ଅନ୍ଯ ବ୍ଯକ୍ତିଙ୍କୁ ସଂକ୍ରମିତ ହୋଇଥାଏ ତେବେ ଏଡସ୍ ରୋଗୀଙ୍କ ସଂଖ୍ଯା ମଧ୍ଯ ବ୍ଦ୍ଧି ହେବ।
WHO ଏବଂ UNAIDS ଦେଶରୁ ଏଚଆଇଭି ରୋକିବା ଓ ଏହାର ଚିକିତ୍ସାକୁ ସୁନିଶ୍ଚିତ କରିବା ପାଇଁ ପ୍ରୟାସ ଜାରି ରଖିଛି। ୟୁଏନଏଡସ୍ ର କାର୍ଯ୍ଯକାରୀ ନିର୍ଦେଶକ ଭିନୀ ବୟାନିମା କହିଛନ୍ତି, କୋଭିଡ-୧୯ ମହାମାରୀ ଏଚଆଇଭି ରୁ ଧ୍ଯାନ ହଟାଇବାର ଏକ ବାହାନା ନହେବା ଉଚିତ।
WHO କହିବାନୁଯାୟୀ ରିସର୍ଚ୍ଚରୁ ଜାଣିବାକୁ ମିଳିଛି ବିଶ୍ୱରେ ଏଡସ୍, ଟିବି ଏବଂ ମ୍ଯାଲେରିଆ ସମେତ ଅନ୍ଯ ରୋଗ ସହ ଜଡିତ ଲୋକଙ୍କ ପାଇଁ କୋଭିଡ-୧୯ ଭୟଙ୍କର ପରିସ୍ଥିତି ସୃଷ୍ଟି କରିପାରେ।