କେବେ ଚାଳ ଘରେ ରହୁଥିବା ବିକ୍କୀ କୌଶଲ ଆଜି ବଲିଉଡର ଜଣେ ସୁଖ୍ୟାତ ଅଭିନେତା

ଖୁବ କମ ସମୟ ଭିତରେ ବିକ୍କୀ କୌଶଲ ନିଜକୁ ବଲିଉଡର ଟପ ଅଭିନେତାଙ୍କ ଲିଷ୍ଟରେ ସାମିଲ କରି ପାରିଛନ୍ତି । “ମସାନ” ସିନେମା ପରେ ବିକ୍କୀଙ୍କ ଅଭିନୀତ ସମସ୍ତ ସିନେମାକୁ ଦର୍ଶକ ମାନେ ମଧ୍ୟ ଖୁବ ପସନ୍ଦ କରିଛନ୍ତି । ବିଶେଷ ଭାବେ “ସଂଜୁ”ରେ କମଲି ଓ “ଉରୀ”ରେ ଜଣେ ଆର୍ମି ଅଫିସରଙ୍କ ଚରିତ୍ର ବିକ୍କୀଙ୍କୁ ସଫଳତାର ଶିଖରରେ ପହଞ୍ଚାଇ ପାରିଥିଲା । ତାଙ୍କ ଜନ୍ମଦିନ ଅବସରରେ ଆମେ ଆଜି ଆପଣଙ୍କୁ ତାଙ୍କ ଜୀବନ ସହ ଜଡିତ କିଛି ଅଜଣା, ଅଶୁଣା କଥା ଆପଣଙ୍କ କହିବାକୁ ଯାଉଛୁ । ପ୍ରକୃତରେ ବିକ୍କୀ ହେଉଛନ୍ତି ଜଣେ ଇଂଜିନିୟରିଂ ଛାତ୍ର । ପ୍ରଥମେ ଏକ୍ଷେତ୍ରରେ ଚାକିରୀ କରିଥିଲେ ମଧ୍ୟ ଅଭିନୟ ପ୍ରତି ଥିବା ଦୁର୍ବଳତା ତାଙ୍କୁ ସନ୍ତୁଷ୍ଟି ଦେଇ ପାରିନଥିଲା ।

vicky

ଫଳରେ ଚାକିରୀ ଛାଡ଼ି “କିଶୋର ନମିତ କପୁର” ଆକ୍ଟିଙ୍ଗ ସ୍କୁଲରେ ଦାଖିଲ ହୋଇଥିଲେ । ଏହା ପରେ ସେ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କୁ “ଗାଙ୍ଗସ ଅଫ ବାସିପୁର” ସିନେମା ସୁଟିଂ ସମୟରେ ଜଣେ ଆସିଷ୍ଟାଣ୍ଟ ଡ଼ାଇରେକ୍ଟର ଭାବେ ସହଯୋଗ କରିଥିଲେ । ଏହି ସିନେମା ପରେ ହିଁ ବିକ୍କୀଙ୍କ କ୍ୟାରିୟରରେ ପରିବର୍ତ୍ତନ ଘଟିଥିଲା । ଫିଲ୍ମ “ମସାନ”ରେ ପ୍ରଥମେ ସେ ଲିଡ଼ ରୋଲରେ ଅଭିନୟ କରିଥିଲେ । ଏଥିରେ ତାଙ୍କ ଚରିତ୍ର ବି ଖୁବ ଲୋକପ୍ରିୟତା ହାସଲ କରି ପାରିଥିଲା । କିନ୍ତୁ ବିକ୍କୀଙ୍କ ଡେବ୍ୟୁ ଫିଲ୍ମ ହେଉଛି “ଲବ ସବ ତେ ଚିକେନ ଖୁରାନା” । ଛୋଟ ବେଳରୁ ହିଁ ଵିକକୀଙ୍କର ଅଭିନୟ କ୍ଷେତ୍ରରେ ବିଶେଷ ସଉକ ଥିଲା ।

ଏନେଇ ଅନେକ ପ୍ରତିଯୋଗିତାରେ ବି ଅଂଶଗ୍ରହଣ କରିଥିଲେ । “ରମନ ରାଘବ 2.0″ରେ ନେବେ କି ନାହିଁ ତାକୁ ନେଇ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଖୁବ ଦ୍ବନ୍ଦ୍ବରେ ଥିଲେ । ତାଙ୍କୁ ଲାଗୁଥିଲାକି ବିକ୍କୀ ନେଗେଟିଭ ରୋଲରେ ଅଭିନୟ କରି ପାରିବେ ନାହିଁ । କିନ୍ତୁ ପରବର୍ତ୍ତୀ ସମୟରେ କୌଣସି ପ୍ରକାରେ ବିକ୍କୀ ଅନୁରାଗଙ୍କୁ ରାଜି କରାଇବା ସହ ଏଥିରେ ଦମଦାର ଅଭିନୟ ମଧ୍ୟ କରିଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଛୋଟ ବେଳେ ବିକ୍କୀ ଏକ ବସ୍ତିରେ ହିଁ ରହୁଥିଲେ । ସେସମୟରେ ତାଙ୍କ ପିତା ବଲିଉଡ଼ରେ ଜଣେ ଆକ୍ସନ ଡ଼ାଇରେକ୍ଟର ଭାବେ କାମ କରୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.