ନୂଆ ରୂପ ଓ ରଙ୍ଗରେ ଆସିବ ଲକ୍‌ଡାଉନ୍‌ ୪.୦: ହଟ୍‌ସ୍ପଟ୍‌କୁ ନେଇ ରାଜ୍ୟକୁ ମିଳିବ ଅଧିକ କ୍ଷମତା, ରେଡ୍‌ ଜୋନ୍‌ରେ କୋହଳ ହୋଇପାରେ ଅନେକ କଟକଣା

ନୂଆଦିଲ୍ଲୀ: ଆସନ୍ତାକାଲି ସରୁଛି ଲକଡାଉନ ୩.୦ । ନୂଆ ରୂପ ଓ ରଙ୍ଗରେ ଆସିବ ଲକ୍‌ଡାଉନ୍‌ ୪.୦ । ସୋମବାର ପୂର୍ବରୁ ଲକଡାଉନ ନିୟମ ସମ୍ପର୍କରେ ଅବଗତ କରାଯିବ। ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କଠାରୁ ମିଳିଥିବା ପ୍ରସ୍ତାବ ଅନୁସାରେ ରଣନୀତି ପ୍ରସ୍ତୁତ କରାଯାଇଛି। ଲକ୍‌ଡାଉନ୍‌ ୪.୦ ନେଇ ଆଜି କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ ପାଇପାରେ । ଏଥିରେ ହଟ୍‌ସ୍ପଟ୍‌କୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଅଧିକ କ୍ଷମତା ମିଳିପାରେ ।

lockରେଡ୍‌ ଜୋନରେ ସେଲୁନ ସହ ଅଧିକ ଦୋକାନ ଖୋଲିବାକୁ ଅନୁମତି ମିଳିପାରେ । ସେହିପରି ଗ୍ରୀନ୍‌ଜୋନରେ ସମସ୍ତ ଦୋକାନ ବଜାର ଖୋଲିପାରେ । ଅରେଞ୍ଜ ଜୋନ୍‌ରେ ସାମାନ୍ୟ କୋଳହ ସହ ଦୋକାନ ବଜାର ଖୋଲିବାର ସମ୍ଭାବନା ରହିଛି । ତେବେ ରେଡ ଜୋନର କଣ୍ଟେନମେଣ୍ଟ ଜୋନରେ ପୂର୍ବପରି କଟକଣା ଜାରି ରହିବ ।

ସେହିପରି ଦେଶରେ ରେଳ ଓ ବିମାନ ସେବା ଧିରେ ଧିରେ ସ୍ୱଭାବିକ ହେବ । ପୂର୍ବପରି ସ୍କୁଲ, କଲେଜ, ସିନେମା ହଲ ଓ ମଲ ବନ୍ଦ ରହିବ । ତେବେ କଣ ଖୋଲିବ କଣ ବନ୍ଦ ରହିବ ତାହା ଗାଇଡଲାଇନ ଜାରି ହେବା ପରେ ସ୍ୱଷ୍ଟ ହେବ । ସୂଚନା ଅନୁସାରେ ଲକଡାଉନ ୪.୦ ନେଇ ଶୁକ୍ରବାର ସୁଦ୍ଧା ମତାମତ ଦେବାକୁ କୁହାଯାଇଥିଲା । ପଞ୍ଜାବ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଆସାମ ଓ ତେଲେଙ୍ଗାନା ଲକଡାଉନ ଜାରି ସପକ୍ଷରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.