ଭାରତକୁ ଭେଣ୍ଟିଲେଟର ଦାନ କରିବ ଆମେରିକା, ଟ୍ରମ୍ପ କହିଲେ- ମୋଦି ମୋର ବହୁତ ଭଲ ବନ୍ଧୁ ମୁଁ ତାଙ୍କ ସହିତ ଅଛି !

ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ କହିଛନ୍ତି, ‘ମୁଁ ଏହା କହିବାକୁ ଗର୍ବ ଅନୁଭବ କରୁଛି ଯେ ଆମେରିକା ନିଜର ବନ୍ଧୁ ଭାରତକୁ ଭେଣ୍ଟିଲେଟର ଦାନ କରିବ। ଏହି ମହାମାରୀ କରୋନା ସହ ଲଢେ଼ଇ କରିବାକୁ ଭାରତ ଏବଂ ପିଏମ ମୋଦିଙ୍କ ସହିତ ଛିଡା ହୋଇଛି ଆମେରିକା। ଆମେ ଟୀକାର ବିକଶିତ କରିବାରେ ମଧ୍ୟ ସହଯୋଗ କରୁଛୁ। ଭାରତ ଏବଂ ଆମେରିକା ମିଶି ଏହି ଅଦୃଶ୍ୟ ଶତ୍ରୁକୁ ହରାଇବେ। ନିଜେ ଟ୍ୱିଟ କରି ଏହା ଜଣାଇଛନ୍ତି ଟ୍ରମ୍ପ।


ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ଏହି ବର୍ଷ ଶେଷ ଆଡକୁ କୋଭିଡ-୧୯ ଟୀକା ବିକଶିତ ହେବାର ସମ୍ଭାବନା ରହିଛି। ସେ କହିଛନ୍ତି, ‘ମୁଁ କିଛି ସମୟ ପୂର୍ବରୁ ଭାରତ ଗସ୍ତରୁ ଫେରିଛି ଏବଂ ମୁଁ ଭାରତ ସହିତ ମିଶି କାମ କରୁଛି। ଆମେରିକାରେ ବହୁତ ବଡ଼ ସଂଖ୍ୟାରେ ଅଛନ୍ତି ଏବଂ ଅନେକ ଭାରତୀୟ ଏଠାରେ ଟୀକା ବିକଶିତ କରିବାରେ ଲାଗିଛନ୍ତି।’ ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ନରେନ୍ଦ୍ର ମୋଦି ହେଉଛନ୍ତି ମୋର ଜଣେ ବହୁତ ଭଲ ବନ୍ଧୁ।

trump-modiସେହିପରି ମିଳିଥିବା ଖବର ଅନୁଯାୟୀ ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ ଶୁକ୍ରବାର ଏହା କହିଛନ୍ତି ଯେ ଚଳିତ ବର୍ଷ ଅନ୍ତ ସୁଦ୍ଧା କିମ୍ବା ତାର କିଛି ସମୟ ଭିତରେ କରୋନା ଭାଇରସ ଟୀକା ବଜାରରେ ଉପଲବ୍ଧ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.