ବଲାଙ୍ଗିର: ପ୍ରବାସୀଙ୍କୁ ନେଇ ଆସୁଥିବା ବସ ଗୁଡ଼ିକୁ କରାଯାଉନାହିଁ ସାନିଟାଇଜ, ଭୟଭୀତ ବସଷ୍ଟାଣ୍ଡ କର୍ମଚାରୀ

ବଲାଙ୍ଗିର(କେନ୍ୟୁଜ): ବଲାଙ୍ଗିର ଷ୍ଟେସନରେ ପ୍ରବାସୀ ଓଡ଼ିଆ ପହଞ୍ଚିବା ପରେ ସେମାନଙ୍କୁ ବସ ଯୋଗେ ବିଭିନ୍ନ ଅଞ୍ଚଳକୁ ପଠାଯାଇଛି । ପ୍ରବାସୀଙ୍କୁ ଆଣିବା ପାଇଁ ପଦ୍ମପୁରରୁ ଦୁଇଟି ବସ ବଲାଙ୍ଗିର ଯାଇଥିଲା । ଗତକାଲି ଗୋଟିଏ ବସ ପହଞ୍ଚିିଥିବା ବେଳେ ଆଜି ଆଉ ଏକ ବସ ପଦ୍ମପୁର ବସଷ୍ଟାଣ୍ଡରେ ପହଞ୍ଚିଛି । ତେବେ ଏଠି ପ୍ରଶ୍ନ ଉଠୁଛି ପ୍ରବାସୀଙ୍କୁ ନେଇ ଆସୁଥିବା ବସ ଗୁଡ଼ିକୁ କାହିଁକି ସାନିଟାଇଜ କରାଯାଉନାହିଁ ? ଏହି ବସଗୁଡ଼ିକ କରୋନା ସଂକ୍ରମିତ ନୁହେଁ କି ?

ଅନ୍ୟପଟେ ଆଜିଠାରୁ ପଦ୍ମପୁରରୁ ସମ୍ବଲପୁର ଓ ନୂଆପଡ଼ା ବସ ଚଳାଇବା ପାଇଁ ନିଷ୍ପତ୍ତି କେତେ ଯୁକ୍ତିଯୁକ୍ତ ? ଯାହାକୁ ନେଇ ଏବେ ଭୟଭୀତ ଅଛନ୍ତି ବସଷ୍ଟାଣ୍ଡର କର୍ମଚାରୀ । ପଦ୍ମପୁର ଗ୍ରୀନ ଜୋନରେ ଥିବା ବେଳେ ପରୋକ୍ଷରେ ଏଠାକୁ କରୋନାକୁ ଆମନ୍ତ୍ରଣ କରାଯାଉଥିବା କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.