ସେଫାଲୀ ଜରିଓ୍ଵାଲାଙ୍କ ବଡ଼ ଖୁଲାସା, ‘କାଣ୍ଟାଲଗା’ ଗୀତ ପାଇଁ ମିଳିଥିଲା ମାତ୍ର ଏତିକି ଟଙ୍କା

ବିଗ୍‌ବସ୍‌ ୧୩ରେ ନଜର ଆସିଥିବା ସେଫାଲୀ ଜରିଓ୍ଵାଲା ଏବେ ବି କାଣ୍ଟା ଲଗା ଗୀତ ପାଇଁ ଦର୍ଶକଙ୍କ ମନରେ ଅଛନ୍ତି। କାଣ୍ଟା ଗୀତରେ ଲୋକପ୍ରିୟ ହେବା ପରେ ହଠାତ୍‌ ସେ କୁଆଡ଼େ ହଜିଯାଇଥିଲେ। ଲମ୍ବା ବ୍ୟବଧାନ ପରେ ସେ ପୁଣି ଥରେ ପରଦାକୁ ଫେରିଥିଲେ। ତେବେ ବର୍ତ୍ତମାନ ଏହି ଅଭିନେତ୍ରୀ କାଣ୍ଟା ଲଗା ଗୀତକୁ ନେଇ କେତେକ ଖୁଲାସା କରିଛନ୍ତି। ଏଥିସହ ସେ କାଣ୍ଟା ଲଗା ଗୀତ ପାଇଁ କେତେ ପାରିଶ୍ରମିକ ପାଇଥିଲେ ସେ ନେଇ ମଧ୍ୟ କହିଛନ୍ତି।

 

View this post on Instagram

 

#tiktok #tiktokchallenge #bored #stayhome

A post shared by Shefali Jariwala🌑 (@shefalijariwala) on

ଏକ ଇଣ୍ଟରଭ୍ୟୁରେ ସେଫାଲୀ କହିଛନ୍ତି ଯେ ତାଙ୍କ ପରିବାର ଖାସ୍‌ କରି ତାଙ୍କ ବାପା ଚାହୁଁନଥିଲେ ଯେ ସେ ଅଭିନୟ କରନ୍ତୁ। କାଣ୍ଟା ଲଗା ପାଇଁ ଅଫର ମିଳିବା ବେଳେ ସେ କଲେଜରେ ପଢ଼ୁଥିଲେ। ତାଙ୍କ ପରିବାରର ଅଭିନୟ ପ୍ରତି ଏତେଟା ରୁଚି ନଥିଲା। ତାଙ୍କ ପିତା ଚାହୁଁଥିଲେ ଯେ ସେ ପାଠପଢ଼ି ଚାକିରି କରନ୍ତୁ। କିନ୍ତୁ ସେ ଆଲବମ୍‌ କରିବାକୁ ଚାହୁଁଥିଲେ। କାରଣ ଏଥିପାଇଁ ଟଙ୍କା ମିଳୁଥିଲା। କାଣ୍ଟା ଲଗା ଗୀତ ପାଇଁ ତାଙ୍କୁ ୭ ହଜାର ଟଙ୍କା ମିଳିଥିଲା ଓ ସେ ନିଜକୁ ଟିଭିରେ ଦେଖିବାକୁ ଚାହୁଁଥିଲେ ବୋଲି ସେଫାଲୀ କହିଛନ୍ତି।

Shefali Jariwala: Asim was hitting on me, but I told him that I am ...

ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେଫାଲୀ ଏନେଇ ଖୁଲାସା କରି କହିଥିଲେ ଯେ ପ୍ରଥମେ ମୁଁ ମା’ଙ୍କୁ ବୁଝାଇଥିଲି। ପରେ ଉଭୟେ ମିଶି ପାପାଙ୍କୁ ବୁଝାଇଥିଲୁ। ଏହା ପରେ ସେ କାଣ୍ଟା ଲଗାର ରିମିକ୍ସ ଭର୍ସନରେ ନଜର ଆସିଥିଲେ ବୋଲି କହିଛନ୍ତି। ଏହି ଗୀତ ପରେ ତାଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳିଗଲା ବୋଲି କହିଛନ୍ତି ସେଫାଲୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.