ମୁମ୍ବାଇ : ବାନ୍ଦ୍ରା ଷ୍ଟେସନ୍‌ରେ ପୁଣି ଜମା ହେଲେ ଶତାଧିକ ଶ୍ରମିକ, ପୁଲିସ କଲା ଲାଠି ଚାର୍ଜ

ମୁମ୍ବାଇ : କରୋନା ଦୁଃଖ ପ୍ରବାସୀ ଶ୍ରମିକଙ୍କ ପାଇଁ ଦିନକୁ ଦିନ ବଢ଼ି ଚାଲିଛି । ନିଜ ଗାଁକୁ ଫେରିବାକୁ ଅପେକ୍ଷାରତ ଏହି ଶ୍ରମିକ କେଉଁଠି ହଜାର ହଜାର କ.ମି ଚାଲି ଚାଲି ଯାଇ ବାଟରେ ଜୀବନ ହାରୁଛି ତ କେଉଁଠି ପୋଲିସ ଲାଠି ମାଡ଼ରେ ଜୀବନ ଯାଉଛି ।

କିଛି ଦିନ ତଳେ ଗୁଜୁରାଟର ସୁରାଟରେରାଜ୍ୟରେ ଜଣେ ଶ୍ରମିକ ନିଜର ଗାଁକୁ ଫେରିବାକୁ ଅପେକ୍ଷା କରିଥିବା ବଳେ ପୋଲିସର ଲାଠି ମାଡ଼ରେ ପ୍ରାଣ ହାରିଥିଲେ ।

ସେହିପରି ମୁମ୍ବାଇର ବାନ୍ଦ୍ର ଷ୍ଟେସନ୍‌ରେ କିଛି ଦିନ ତଳେ ଶ୍ରମିକମାନଙ୍କର ଅସମ୍ଭାଳ ଭିଡ଼କୁ ଦେଖି ପୋଲିସ୍‌ ମଧ୍ୟ ଲାଠି ଚାର୍ଜ କରିଥିଲା । ଆଜି ବାନ୍ଦ୍ରା ଷ୍ଟେସନରେ ପୁଣି ଥରେ ସେପରି ପରିସ୍ଥିତି ସୃଷ୍ଟି ହୋଇଛି ।

police-1

ମୁମ୍ବାଇରୁ ବିହାର ଯିବାକୁ ଥିବା ଟ୍ରେନରେ ଯିବା ପାଇଁ ଶ୍ରମିକମାନେ ପୂର୍ବରୁ ପଞ୍ଜିକରଣ କରିଥିଲେ । ପୋଲିସ ସେମାନଙ୍କୁ ଟ୍ରେନ୍‌ରେ ପଠାଉଥିବା ବେଳେ ହଠାତ୍‌ ଷ୍ଟେସନରେ ଶ୍ରମିକମାନଙ୍କ ଅସମ୍ଭାଳ ଭିଡ଼ ଜମିଥିଲା । ଭିଡ଼କୁ କଣ୍ଟ୍ରୋଲ କରିବା ପାଇଁ ବାଧ୍ୟ ହୋଇ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଛି ।

ଭିଡ଼କୁ କଣ୍ଟ୍ରୋଲ କରିବା ପାଇଁ ବାଧ୍ୟ ହୋଇ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା । ଅନ୍ୟ ରାଜ୍ୟରେ ଅଟକି ଯାଇଥିବା ଶ୍ରମିକଙ୍କୁ ନିଜ ରାଜ୍ୟକୁ ପଠାଇବା ପାଇଁ ରେଳ ବିଭାଗ ମଇ ୧ ତାରିଖରୁ ସ୍ୱତନ୍ତ୍ର ଶ୍ରମିକ ଏକ୍ସପ୍ରେସ୍‌ ଚାଲୁ ରଖିଛି ।

ଏହି ଶ୍ରମିକଙ୍କୁ ଷ୍ଟେସନ୍‌ରୁ ରାଜ୍ୟ ସରକାର ବସ୍‌ ଯୋଗେ ସେମାନଙ୍କର ଗାଁରେ ପହଞ୍ଚାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.