ଲକଡାଉନ୍ ୪.୦ ଗାଇଡଲାଇନ ଜାରି କଲା ଭୁବନେଶ୍ୱର ମହାନଗର ନିଗମ। ଏଥିରେ ଉଲ୍ଲେଖ ରହିଛି
-
- ସବୁ ପରିବା ଓ ଫଳ ମାର୍କେଟ ବିକେନ୍ଦ୍ରୀକରଣ ଭାବେ ଖୋଲିପାରିବ
- ସେଲୁନ, ସ୍ପା ଖୋଲିପାରିବ; ଦୋକାନୀ ମାସ୍କ ଓ ଗ୍ଲୋଭସ ପିନ୍ଧିବେ।
- ଜଳଖିଆ ଦୋକାନ ଖୋଲି ଦୋକାନରେ ଖାଇବା ବାରଣ କରାଯାଇଛି, ଗ୍ରାହକମାନେ ଘରକୁ ନେଇ ଖାଇବେ।
ସବିଶେଷ ବିବିରଣୀ ଟ୍ବିଟ ମାଧ୍ୟମରେ ବିଏମସି ଦେଇଛି।
In view of Ministry of Home Affairs, India & Govt. of Odisha orders, BMC has issued operational guidelines for opening of shops/other establishment for #Bhubaneswar.
The #SocialDistanacing, #MaskWearing, #HandHygiene protocol to be followed strictly. pic.twitter.com/co9s2bvsUK
— BMC (@bmcbbsr) May 19, 2020
ଔଷଧ ଦୋକାନ ବାଦ ଦେଇ ଅନ୍ୟ ସବୁ ସକାଳ ୭ରୁ ସଂଧ୍ୟା ୬ଟା୩୦ ପର୍ଯ୍ୟନ୍ତ ଖୋଲିବ। ଲକଡାଉନ ଓ ସାମାଜିକ ଦୂରତ୍ୱ ଅବମାନନା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।
-
- ସ୍ପୋର୍ଟସ କଂପ୍ଲେକ୍ସ ଓ ଷ୍ଟାଡିୟମ ଖୋଲିବ, କିନ୍ତୁ ଦର୍ଶକ ପ୍ରବେଶକୁ କଟକଣା କରାଯାଇଛି।
- ହୋଟେଲ, ଲଜ ବନ୍ଦ ରହିବ କିନ୍ତୁ ରେଷ୍ଟୁରାଣ୍ଟରୁ ଖାଦ୍ୟ ଘରକୁ ନେଇ ଖାଇ ହେବ।
- ଦୋକାନ, ମଲ୍ଟିପ୍ଲେକ୍ସ ଥିବା ୪୦ ହଜାର ବର୍ଗଫୁଟରୁ ବଡ଼ ମଲ ବନ୍ଦ ରହିବ
- ବିମାନ ଚଳାଚଳ, ସ୍କୁଲ, କଲେଜ, କୋଚିଂ ସେଣ୍ଟର ବନ୍ଦ ରହିବ
- ସବୁ ସାମାଜିକ, ରାଜନୈତିକ, ମନୋରଂଜନ କାର୍ଯ୍ୟକ୍ରମ ବନ୍ଦ ରହିବ
- ଧର୍ମୀୟ ଅନୁଷ୍ଠାନକୁ ସାଧାରଣ ଲୋକଙ୍କ ପ୍ରବେଶ ଓ ସମାଗମ ଉପରେ କଟକଣା କରାଯାଇଛି