Below header

ଉତ୍ତର କୋରିଆ ରାଜଧାନୀର ମୁଖ୍ୟ ଛକରେ ଲାଗିଥିବା କିମ୍‌ ଜନ୍‌ଙ୍କ ପିତା ଓ ଦାଦାଙ୍କ ପୋଟ୍ରେଟ୍‌ ହଟାଗଲା, ଏହାକୁ ନେଇ ଦେଶରେ ଚର୍ଚ୍ଚା ଗରମ୍‌ 

ପ୍ୟୋଙ୍ଗ୍‌ୟାଙ୍ଗ୍‌ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜଙ୍ଗ ଉନ୍‌ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଏଥର ଚର୍ଚ୍ଚା ତାଙ୍କର ପିତା ଓ ଦାଦାଙ୍କୁ ନେଇ । ଦେଶର ରାଜଧାନୀ ୟୋଙ୍ଗ୍‌ୟାଙ୍ଗ୍‌ର ମୁଖ୍ୟ ଛକରେ କିମ୍‌ଙ୍କ ପିତା ଓ ଦାଦାଙ୍କର ଲାଗିଥିବ ପୋଟ୍ରେଟ୍‌କୁ ସେଠାରୁ ହଟାଇ ଦିଆଯାଇଛି ।

ଏହାକୁ ନେଇ ଦେଶରେ ବହୁତ ଗର୍‌ମା ଗରମ୍‌ ଆଲୋଚନା ଚାଲିଛି । ଦେଶର ଏହି ମୁଖ୍ୟ ଛକରେ ସାଧାରଣତଃ ସେତେବେଳେ କାହାର ପୋଟ୍ରେଟ୍‌ ହଟାଯାଇଥାଏ ଯେତେବେଳେ ସେଠାରେ ଏକ ନୂଆ ପୋଟ୍ରେଟ୍‌ ଲାଗିବାର ଥାଏ ।

ପୂର୍ବରୁ ମଧ୍ୟ ଏଠାରେ ପୋଟ୍ରେଟ୍‌କୁ ହଟାଇ ଦିଆଯାଇ ଥିଲା ଯେତେବେଳେ କିମ୍‌ଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା । ସିଓଲ୍‌ ଏନ୍‌କେ ନ୍ୟୁଜ୍‌ ଅନୁଯାୟୀ ସେଠାରେ ରାସ୍ତା ସମ୍ପ୍ରସାରଣ ହେଉଥିବା ଯୋଗୁ ପୋଟ୍ରେଟ୍‌ କୁଆଡ଼େ ହଟାଇ ଦିଆଯାଇଛି ।

kim-0

ହେଲେ ରାଜଧାନୀର ମୁଖ୍ୟ ଛକ ଏତେ ଓସାର ଯେ ପୋଟ୍ରେଟ୍‌ ହଟାଇବାର କିଛି ଆବଶ୍ୟକତା ନାହିଁ ବୋଲି ଅନ୍ୟ ଏକ ନ୍ୟୁଜ୍‌ ସୂତ୍ରରୁ ଜଣାପଡ଼ିଛି । ତେଣୁ ତୃତୀୟ ପୋଟ୍ରେଟ୍‌ କାହାର ବୋଲି ଏବେ ଦେଶ ସାରା ଚର୍ଚ୍ଚା ଚାଲିଛି ।

ଯେହେତୁ ମୁଖ୍ୟ ଛକରୁ ପୋଟ୍ରେଟ୍‌ ହଟାଯାଉଛି ତୃତୀୟ ପୋଟ୍ରେଟ୍‌ ନିଶ୍ଚୟ କିମ୍‌ ଙ୍କ ପରିବାରରୁ କାହାର ବୋଲି ଚର୍ଚ୍ଚା ହେଉଛି । କିମ୍‌ଙ୍କୁ ଗତ ମଇ ୨ ତାରିଖ ପରେ ଆଉ ଦେଶରେ ଦେଖାଯାଇନି । ଶେଷ ଥର ପାଇଁ ତାଙ୍କୁ ସାର କାରଖାନା ଉଦ୍‌ଘାଟନ ବେଳେ ମଇ ୨ ତାରିଖରେ ଦେଖାଯାଇଥିଲା ।

ଏହା ପୂର୍ବରୁ କିମ୍‌ ବହୁ ଦିନ ଧରି ଦେଶରୁ ଅନ୍ତର୍ଦ୍ଧାନ ହୋଇଯାଇ ଥିଲେ । ପୁଣି ଥରେ କିମ୍‌ଙ୍କ ଅନ୍ତର୍ଦ୍ଧାନ ଓ ରାଜଧାନୀର ମୁଖ୍ୟ ଛକରୁ ପୋଟ୍ରେଟ୍‌ ହଟିବା କିମ୍‌ଙ୍କ ସ୍ଥିତି ନେଇ ବହୁତ କିଛି ବୟାନ୍‌ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.