୧୮ କିଲୋମିଟର ବେଗରେ ମାଡ଼ି ଆସୁଛି ଅମ୍ଫନ୍, ଏବେ ଅଛି ପାରାଦୀପଠାରୁ ୩୫୦ କିଲୋମିଟର ଦୁରରେ

କେନ୍ୟୁଜ୍ (ବ୍ୟୁରୋ):  ୧୮ କିଲୋମିଟର ବେଗରେ ଏହା ସ୍ଥଳ ଭାଗ ଆଡକୁ ମାଡ଼ି ଆସୁଛି ଅମ୍ଫନ୍। ବର୍ତ୍ତମାନ ଏହା ପାରାଦୀପଠାରୁ ୩୫୦ କିଲୋମିଟର ଦୁରରେ ଅଛି। ଆଜି ମଧ୍ୟରାତ୍ରିରୁ ବଢିଯିବ ପବନ ଓ ବର୍ଷା । ଉତ୍ତର ଉପକୂଳ ଓଡ଼ିଶାରେ ପବନ ବଢ଼ିବ । ଉତ୍ତର ଉପକୂଳ ଓଡ଼ିଶାରେ ପବନ ଅଧିକ ରହିବ । ଭୋଗରାଇ, ଦିଘା, ତଳସାରୀ ଅଞ୍ଚଳରେ ୧୧୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବ । ତଳି ଅଞ୍ଚଳ ଓ ଚାଳଘରେ ଥିବା ଲୋକମାନେ ବାତ୍ୟା ଆଶ୍ରୟସ୍ଥଳୀକୁ ଯିବା ପାଇଁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି ।

ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ ଆର ବିଶ୍ୱାସଙ୍କ କହିବା ମୁତାବକ ଏଯାଏ ପାରାଦୀପରେ ୩୮ ମିଲିମିଟର ବର୍ଷା ହୋଇଛି। ପୁରୀରେ ୨୨ ମିଲିମିଟର, ଭୁବନେଶ୍ୱର ୬ ମିଲିମିଟର ବର୍ଷା ହୋଇଛି। ଉପକୂଳରେ ପବନର ତୀବ୍ରତା ରହିଛି। ଉପକୂଳ ଜିଲ୍ଲା ଗଂଜାମ, ଗଜପତି, ଜଗତସିଂହପୁରରେ ଘଣ୍ଟା ପ୍ରତି ୫୫ ରୁ ୬୫ କିମି ପବନ ବହୁଛି। ଆଜି କେନ୍ଦ୍ରାପଡା, ଜଗତସିଂହପୁର ଓ କଟକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। କାଲି ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକରେ ପବନ ଓ ବର୍ଷା ବଢିବ। ଭୁବନେଶ୍ୱରରେ ଏବେ ୨୦  ରୁ ୩୦ କିଲୋମିଟର ପ୍ରତି ଘଣ୍ଟା ପବନ ବହୁଛି ବୋଲି ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ ଆର ବିଶ୍ୱାସ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.