ଲକଡାଉନ୍‌ ୪.୦ ଗାଇଡଲାଇନ ଜାରି କଲା ଭୁବନେଶ୍ୱର ମହାନଗର ନିଗମ, ଜାଣନ୍ତୁ କଣ ଖେଲିବ କଣ ବନ୍ଦ ରହିବ

ଲକଡାଉନ୍‌ ୪.୦ ଗାଇଡଲାଇନ ଜାରି କଲା ଭୁବନେଶ୍ୱର ମହାନଗର ନିଗମ। ଏଥିରେ ଉଲ୍ଲେଖ ରହିଛି

    • ସବୁ ପରିବା ଓ ଫଳ ମାର୍କେଟ ବିକେନ୍ଦ୍ରୀକରଣ ଭାବେ ଖୋଲିପାରିବ
    • ସେଲୁନ, ସ୍ପା ଖୋଲିପାରିବ; ଦୋକାନୀ ମାସ୍କ ଓ ଗ୍ଲୋଭସ ପିନ୍ଧିବେ।
    • ଜଳଖିଆ ଦୋକାନ ଖୋଲି ଦୋକାନରେ ଖାଇବା ବାରଣ କରାଯାଇଛି, ଗ୍ରାହକମାନେ ଘରକୁ ନେଇ ଖାଇବେ।

ସବିଶେଷ ବିବିରଣୀ ଟ୍ବିଟ ମାଧ୍ୟମରେ ବିଏମସି ଦେଇଛି।

ଔଷଧ ଦୋକାନ ବାଦ ଦେଇ ଅନ୍ୟ ସବୁ ସକାଳ ୭ରୁ ସଂଧ୍ୟା ୬ଟା୩୦ ପର୍ଯ୍ୟନ୍ତ ଖୋଲିବ।  ଲକଡାଉନ ଓ ସାମାଜିକ ଦୂରତ୍ୱ ଅବମାନନା କଲେ ଦୃଢ  କାର୍ଯ୍ୟାନୁଷ୍ଠାନ ନିଆଯିବ।

    • ସ୍ପୋର୍ଟସ କଂପ୍ଲେକ୍ସ ଓ ଷ୍ଟାଡିୟମ ଖୋଲିବ, କିନ୍ତୁ ଦର୍ଶକ  ପ୍ରବେଶକୁ କଟକଣା କରାଯାଇଛି।
    • ହୋଟେଲ, ଲଜ ବନ୍ଦ ରହିବ କିନ୍ତୁ  ରେଷ୍ଟୁରାଣ୍ଟରୁ ଖାଦ୍ୟ ଘରକୁ ନେଇ ଖାଇ ହେବ।
    • ଦୋକାନ, ମଲ୍‌ଟିପ୍ଲେକ୍ସ ଥିବା ୪୦ ହଜାର ବର୍ଗଫୁଟରୁ ବଡ଼ ମଲ ବନ୍ଦ ରହିବ
    • ବିମାନ ଚଳାଚଳ, ସ୍କୁଲ, କଲେଜ, କୋଚିଂ ସେଣ୍ଟର ବନ୍ଦ ରହିବ
    • ସବୁ ସାମାଜିକ, ରାଜନୈତିକ, ମନୋରଂଜନ କାର୍ଯ୍ୟକ୍ରମ ବନ୍ଦ ରହିବ
    • ଧର୍ମୀୟ ଅନୁଷ୍ଠାନକୁ ସାଧାରଣ ଲୋକଙ୍କ ପ୍ରବେଶ ଓ ସମାଗମ ଉପରେ କଟକଣା କରାଯାଇଛି
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.