ସିନେମା ପରେ ଏବେ ଘୋଡ଼ା ସହ ରେସ୍ ଲଗାଇଲେ ସଲମାନ୍: ଜାଣନ୍ତୁ କାହିଁକି  

ମୁମ୍ବାଇ  : ବଲିଉଡ଼ର ଦବଙ୍ଗ ଖାନଙ୍କୁ ଯେପରି ଜିତିବାର ରୋଗ ଲାଗିଛି। ନିକଟରେ ତାଙ୍କର ରେସ୍୩ ଚଳଚ୍ଚିତ୍ର ରିଲିଜ୍ ହୋଇଥିବା ବେଳେ ତାହା ଦର୍ଶକଙ୍କୁ ଏତେତା ଭଲ ଲାଗିନାହିଁ । ତେବେ ଏଥିରେ ମଧ୍ୟ ଚଳଚ୍ଚିତ୍ରଟି ୨୦୦ କୋଟିର ବ୍ଯବସାୟ କରିସାରିଲାଣି ।ଚଳଚ୍ଚିତ୍ରଟି ନିଜର ଅନ୍ଯ ଚଳଚ୍ଚିତ୍ରର  ରେକଡ଼ ଭାଙ୍ଗି ଦେଇଛି। ଏବେ ତ ଏପରି ଲାଗୁଛି ଯେପରି ସଲମାନଙ୍କୁ ଜିତିବାର ନିଶା ଲାଗିଯାଇଛି। ଆପଣ ସାଧାରଣତଃ କଳାକାର ମାନଙ୍କୁ ଚଳଚ୍ଚିତ୍ରରେ ଘୋଡ଼ା ସହ ରେସ ଲାଗାଉଥିବାର ଦେଖିବାକୁ ମିଳିଛି। କିନ୍ତୁ ସଲମାନ ଅନ୍ଯ କଳକାରଙ୍କ ଭଳି ଘୋଡ଼ା ଉପରେ ବସି ନାହାନ୍ତି ବରଂ ଘୋଡ଼ା ସହିତ ରେସ କରୁଛନ୍ତି । ଆଜ୍ଞା ହଁ , ନିକଟରେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହୋଇଛି ଯେଉଁଥିରେ ସଲମାନ ଘୋଡ଼ା ସହ ରେସ କରୁଥିବାର ଦେଖିବାକୁ ମିଳିଛି ।

ଭିଡ଼ିଓ ଅନୁଯାୟୀ, ସଲମାନ ଘୋଡ଼ା ସହ ଦୌଡ଼ ଲଗାଉଥିବା ବେଳେ ବହୁ ଖୁସି ଥିବା ନଜର ଆସିଛନ୍ତି । ଏଥିସହ ଭିଡ଼ିଓର କ୍ଯାପସନରେ ଉପରେ ଅହ୍ଲା ତଳେ ଧରତୀ ମଝିରେ ତମର ଜୁନୁନ୍ ଲେଖାଥିବାର ଦେଖିବାକୁ ମିଳିଛି। ଏଥିରୁ ଭିଡ଼ିଓଟି ସୁଲତାନ ଚଳଚ୍ଚିତ୍ର ସୁଟିଂ ସମୟରେ ଜଣାପଡ଼ିଥିବା ବେଳେ ବର୍ତ୍ତମାନ ଏହା ସୋସିଆଲ ମିଡ଼ିଆରେ ଚାଞ୍ଚଲ୍ଯ ଖେଳାଇ ଥିବା ଜଣାପଡ଼ିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.