ନିଜ ପିଲାଙ୍କୁ ନାଗ ସାପ କବଳରୁ ବଞ୍ଚାଇବା ପାଇଁ ଯୋଦ୍ଧା ସାଜିଲା କୁକୁଡ଼ା, କିଏ ଜିତିଲା ଦେଖନ୍ତୁ ଭିଡିଓ

ଯେତେବେଳେ କଥା ପିଲାଙ୍କ ସୁରକ୍ଷା ଉପରେ ଆସେ ସେତେବେଳେ ଜଣେ ମା ଯୋଦ୍ଧା ବନିଯାଆନ୍ତି। ଆଉ ଏହି ଘଟଣା କେବଳ ମଣିଷଙ୍କ ପାଖରେ ସୀମିତ ନୁହେଁ ପଶୁ ପକ୍ଷୀଙ୍କ ଠାରେ ମଧ୍ୟ ମମତାର ପ୍ରମାଣ ଦେଖିବାକୁ ମିଳେ। ଏପରି ଜଣେ ଯୋଦ୍ଧା ମାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରଲ ହେଉଛି। ଆଉ ଲୋକମାନେ ଏହାକୁ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରୁଛନ୍ତିଭିଡିଓରେ ଆପଣ ଦେଖିବେ ଯେ କୁକୁଡାଟି କେମିତି ନିଜ ଛୁଆକୁ ରକ୍ଷା କରିବା ପାଇଁ ବିଷଧର ନାଗ ସାପ ସହିତ ଲଢେଇ କରୁଛି। ଆଉ ଏହି କୁକୁଡାଟି ସେତେ ପର୍ଯ୍ୟନ୍ତ ସାପ ସହିତ ମୁକାବିଲା କଲା, ଯେତେ ପର୍ଯ୍ୟନ୍ତ ତାର ପିଲା ସୁରକ୍ଷିତ ସ୍ଥାନରେ ପହଂଚି ନାହାନ୍ତି।


ଏକ ବିଷଧର ସାପ କୁକୁଡ଼ା ଛୁଆଙ୍କୁ ନିଜ ଶିକାର କରିବା ପାଇଁ ଚେଷ୍ଟା କରୁଛି। କିନ୍ତୁ ମା କୁକୁଡ଼ା ଏହା ସଫଳ କରିବାକୁ ଦେଉନାହି। ନିଜ ଛୁଆଙ୍କୁ ସାପ ମୁହଁରୁ ବଞ୍ଚାଇବା ପାଇଁ ସେ ପ୍ରାଣ ପଣେ ଚେଷ୍ଟା କରୁଛି। ଆପଣ ଦେଖିପାରୁଥିବେ ଯେ ନାଗ ସାପଟି ବହୁତ ଥର କୁକୁଡ଼ା ଉପରେ ମରଣାନ୍ତକ ଆକ୍ରମଣ କରୁଛି।

ମା କୁକୁଡାଟି ମଧ୍ୟ ନିଜ ପିଲାଙ୍କୁ ସୁରକ୍ଷିତ ଜାଗାରେ ନ ପହଞ୍ଚାଇବା ଯାଏ ସାପ ସହିତ ଲଢେଇ କରୁଛି। ବାସ୍ତବରେ ନିଜ ଠାରୁ ଯେତେ ବଡ ଆଉ ଯେତେ ଶକ୍ତିଶାଳୀ ଥାଉ ନା କାହିଁକି ଜଣେ ମା ହିଁ ତାକୁ ହରାଇବାରେ ସକ୍ଷମ ହୋଇପାରିବ। ପୋଷ୍ଟ ହେବାର ମାତ୍ର କିଛି ମିନିଟରେ ଏହି ଭିଡ଼ିଓ ଖୁବ ଭାଇରଲ ହୋଇଗଲା।

Leave A Reply

Your email address will not be published.