କେନ୍ୟୁଜ : କରୋନା ମୁକାବିଲା ନେଇ ପୋଲିସ କମିସନରଙ୍କ ପ୍ରେସମିଟ। ସାମାଜିକ ସୁରକ୍ଷା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେଇଛନ୍ତି ଡ. ସୁଧାଂଶୁ ଷଡ଼ଙ୍ଗୀ। ଲକଡାଉନକୁ ସାମାନ୍ୟ କୋହଳ କଟକଣା କରାଯାଇଥିଲେ ମଧ୍ୟ କରୋନା ବିପଦ ଟଳିନି। ବାରମ୍ବାର ସଚେତନ କରିବା ପରେ ମଧ୍ୟ ଲୋକମାନେ ମାସ୍କ ପିନ୍ଧୁନଥିବା ଦେଖାଯାଉଛି।
ଦୈନିକ ପ୍ରାୟ ୫ଶହ ନିୟମ ଖିଲାପକାରୀଙ୍କ ଠାରୁ ଜରିମନା ଆଦାୟ କରାଯାଉଛି। କେବଳ ବାହାରେ ନୁହେଁ, ଘରେ ମଧ୍ୟ ମାସ୍କ ପିନ୍ଧିବାର ଆବଶ୍ୟକତା ରହିଥିବା କହିଛନ୍ତି ପୋଲିସ କମିସନର। ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ସେ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି। ଲୋକଙ୍କୁ ସଚେତନ କରିବା ପାଇଁ ବଜାର ଓ ହାଟରେ ମାଇକ ଯୋଗେ ପ୍ରଚାର କରିବ ପୋଲିସ। ଗାଇଡଲାଇନ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।