ନୂଆଦିଲ୍ଲୀ : ଚୀନ୍କୁ ସବକ୍ ଶିଖାଇବା ପାଇଁ ଆମେରିକା ଚାରି ଦିଗରୁ ଘେରିବା ଆରମ୍ଭ କରିଦେଇଛି । ଚୀନ୍ ଉପରେ କରୋନା ଭାଇରସ୍ ସଂକ୍ରମଣର ବଦ୍ଲା ନେବା ପାଇଁ ଆମେରିକା କିଛି ବି ମୂଲ୍ୟ ଦେବାକୁ ପ୍ରସ୍ତୁତ ଅଛି ।
ଗୋଟିଏ ପକ୍ଷରେ ଚୀନ୍ ଉପରେ ଆମେରିକା ଆର୍ଥିକ ପ୍ରତିବନ୍ଧ ଲଗାଇଥିବା ବେଳେ ଅନ୍ୟ ପକ୍ଷରେ ଚୀନ୍କୁ ଭାଗ ଭାଗ କରିବାକୁ ବ୍ଲୁ ପ୍ରିଣ୍ଟ ତିଆରି କରିବାରେ ଲାଗିଛି । ସାରା ଦୁନିଆକୁ ଚୀନ୍ ବିରୋଧରେ ଏକଜୁଟ୍ କରିବା ପାଇଁ ଆମେରିକା ଗେମ୍ ପ୍ଲାନ୍ ପ୍ରସ୍ତୁତ କରିଛି ।
ଚୀନ୍ର ବିସ୍ତାରବାଦୀ ନୀତିକୁ ରୋକ୍ ଲଗାଇବା ପାଇଁ ଆମେରିକା ହଂକଙ୍ଗ୍, ତାଇଓ୍ଵାନ, ତିବ୍ଦତ ଓ ଉଇଗର ମୁସଲମାନଙ୍କ ମାମଲାରେ ଚୀନ୍ର ଟେନ୍ସନ୍ ବଢ଼ାଇ ଦେଇଛି । ଚୀନ୍କୁ ଚାରିଆଡ଼ୁ ଘେରିବା ପାଇଁ ଆମେରିକା ସବୁ ପ୍ରକାର ଯୋଜନା କରି ଚାଲିଛି ।
ଆମେରିକା ସଂସଦ ତିବ୍ଦତ୍କୁ ଏକ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେବାକୁ ଦାବି କରିଛି । ଆମେରିକା ପ୍ରତିନିଧି ସଭାରେ ତିବ୍ଦତ୍କୁ ଅଲଗା ଦେଶ ଘୋଷିତ କରିବାକୁ ଏକ ବିଲ୍ ମଧ୍ୟ ପାଶ୍ ହୋଇଛି ।
ତାଇବାନକୁ ବଳ ପୂର୍ବକ ହାସଲ୍ କରିବାକୁ ଚୀନ୍ ଘୋଷଣା କରିଥିବା ବେଳେ ଆମେରିକା ଏହାକୁ ରୋକିବା ପାଇଁ ପ୍ରୋଜେକ୍ଟ ଆରମ୍ଭ କରିଦେଇଛି । ଖାଲି ସେତିକି ନୁହେଁ ଚୀନ୍ ଖିଲାପରେ ଆମେରିକା ଏବେ ମୁସଲ୍ମାନ୍ କାର୍ଡ ଖେଳିବା ଆରମ୍ଭ କରିଛି । ଚୀନ୍ ଉପରେ ଆମେରିକାର ଚାରିତରଫା ଆକ୍ରମଣରେ ଚୀନ୍ ମୁହଁତୋଡ଼ ଦେଖାଉଥିଲେ ହେଁ ଭିତରେ ଡ଼ରିଯାଇଛି ।