ସ୍ୱପ୍ନରେ ଯଦି କେହି ନିଜକୁ କିମ୍ବା ଆଉ କାହାକୁ ଗର୍ଭବତୀ ଥିବା ଦେଖେ ତେବେ ଏହା କି ସଂକେତ ଦିଏ, ଜାଣନ୍ତୁ

ସ୍ୱପ୍ନର ଭିନ୍ନ ଏକ ଦୁନିଆ ରହିଛି। ନିଦରେ ଥିବା ବେଳେ ବ୍ୟକ୍ତି ସବୁ ପ୍ରକାରର ସ୍ୱପ୍ନ ଦେଖେ କିନ୍ତୁ ନିଦ ଭାଙ୍ଗିବା ପରେ ୯୦ ପ୍ରତିଶତ ସ୍ୱପ୍ନ ଭୁଲିଯାଏ। ମାତ୍ର କିଛି ସ୍ୱପ୍ନ ମନେ ରହିଯାଏ, ଯାହାର ଅର୍ଥ ଖୋଜିବାକୁ ସେ ଚେଷ୍ଟା କରେ। ତେବେ ଆଜି ଆସନ୍ତୁ ଜାଣିବା ସ୍ୱପ୍ନରେ ଯଦି କେହି ନିଜକୁ କିମ୍ବା ଅନ୍ୟ କାହାକୁ ଗର୍ଭବତୀ ହେବାର ଦେଖୁଛନ୍ତି ତେବେ ଏହାର ଅର୍ଥ କ’ଣ…

କୁହାଯାଏ ଯେ ବ୍ୟକ୍ତି ଦିନସାରା ଯାହା ଦେଖେ ବା ଚିନ୍ତା କରେ ରାତିରେ ସେହି କଥା ସ୍ୱପ୍ନ ଆକାରରେ ଆସିଥାଏ। ତେବେ ଯଦି ଆପଣ ସ୍ୱପ୍ନରେ କୌଣସି ଗର୍ଭବତୀଙ୍କୁ ଦେଖୁଛନ୍ତି, ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଆପଣଙ୍କୁ ଖୁବଶୀଘ୍ର କୌଣସି ଭଲ ଖବର ମିଳିପାରେ। ଆପଣ ଆର୍ଥିକ ରୂପରେ ମଧ୍ୟ ଲାଭବାନ ହେବେ।

dream

 

ଯଦି କୌଣସି ଅବିବାହିତ ଝିଅ ସ୍ୱପ୍ନରେ ନିଜେ ଗର୍ଭବତୀ ହୋଇଥିବା ଦେଖେ ତେବେ ତାହାକୁ ଅଶୁଭ ଧରାଯାଏ। କୁଆଁରୀ ଝିଅ ଏଭଳି ସ୍ୱପ୍ନ ଦେଖିବାର ଅର୍ଥ ହେଉଛି ସେ ଭବିଷ୍ୟତରେ ବିଭିନ୍ନ ସମସ୍ୟା ଦେଇ ଗତି କରିବେ। ଜୀବନରେ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିପାରେ।

ବିବାହିତା ମହିଳା ନିଜେ ପ୍ରେଗନାଣ୍ଟ ହୋଇଥିବା ସ୍ୱପ୍ନ ଦେଖିଲେ ତାହାକୁ ଶୁଭ କୁହାଯାଏ। ସେ ଖୁବଶୀଘ୍ର ମା ହେବେ ବୋଲି ସ୍ୱପ୍ନ ସଂକେତ ଦେଇଥାଏ।

dream2

ସ୍ୱପ୍ନରେ କେହି କିଛି ବି ଦେଖିପାରେ। ଯଦି କୌଣସି ପୁରୁଷ ନିଜେ ଗର୍ଭଧାରଣ କରିଥିବା ସ୍ୱପ୍ନ ଦେଖେ ତେବେ ତାଙ୍କର କୌଣସି ଅଟକି ଥିବା କାମ ପୂରା ହୋଇଥାଏ। ପୁରୁଷଙ୍କ ପାଇଁ ଏଭଳି ସ୍ୱପ୍ନ ଖାସ୍ ହୋଇଥାଏ।

ଯଦି କୌଣସି ମହିଳା ସ୍ୱପ୍ନରେ ନିଜର ଗର୍ଭପାତ ହେଉଥିବା ଦେଖନ୍ତି, ତେବେ ଏହା ଏକ ଅଶୁଭ ସଂକେତ ବୋଲି କୁହାଯାଏ। ମହିଳାଙ୍କ ସାମାଜିକ ଓ ଆର୍ଥିକ ରୂପେ ବଡ଼ କ୍ଷତି ହେବାର ଏହା ପୂର୍ବ ସୂଚନା ବୋଲି ଧରାଯାଏ।

Leave A Reply

Your email address will not be published.