ମା’ଙ୍କୁ ମନେ ପକାଇ ଯେତେବେଳେ କାନ୍ଦି ପକାଇଥିଲେ ସୁଶାନ୍ତ, ଏମିତି କୋଳେଇ ନେଇଥିଲେ ଅଙ୍କିତା ଲୋଖଣ୍ଡେ

ସୁଶାନ୍ତ ସିଂହ ରାଜପୁତଙ୍କ ଏମିତି ଚାଲିଯିବା ସମସ୍ତଙ୍କ ଆଖିରେ ଲୁହ ଭରିଦେଇଛି। ତାଙ୍କ ପରିବାର ଓ ପ୍ରଶଂସକ ଏବେ ବି ବିଶ୍ୱାସ କରିପାରୁନାହାନ୍ତି ଯେ ସୁଶାନ୍ତ ଆଉ ନାହାନ୍ତି। ଅନ୍ୟପଟେ ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ମଧ୍ୟ ଏହି ଖବର ଶୁଣି ନିଜକୁ ସମ୍ଭାଳିପାରିନାହାନ୍ତି। ତାଙ୍କର କିଛି ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ମଙ୍ଗଳବାର ଦିନ ଅଙ୍କିତା ସୁଶାନ୍ତଙ୍କ ଘରକୁ ଯାଇଥିଲେ, ଯେଉଁଠାରେ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଏବେ ଉଭୟଙ୍କ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ସୁଶାନ୍ତଙ୍କୁ ଇମୋସନାଲ ହେଉଥିବା ଦେଖି ଅଙ୍କିତା ଷ୍ଟେଜକୁ ଦୌଡ଼ି ଆସି ତାଙ୍କୁ ଆଲିଙ୍ଗନ କରୁଥିବା ଦେଖାଯାଇଛି।

ଏହି ଭିଡିଓ ‘ଝଲକ ଦିଖ୍‌ ଲାଜା’ ମଞ୍ଚର। ଏହି ମଞ୍ଚରେ ସୁଶାନ୍ତ ଏକ ଗୀତ ନିଜ ମା’ଙ୍କୁ ଡେଡିକେଟ୍‌ କରି ଡ୍ୟାନ୍ସ କରିଥିଲେ। ଡ୍ୟାନ୍ସ ଶେଷରେ ସେ ମା’ଙ୍କୁ ମନେ ପକାଇ କାନ୍ଦିପକାଇଥିଲେ। ଏହି ସମୟରେ ଅଙ୍କିତା ଷ୍ଟେଜ୍‌ ଉପରକୁ ଦୌଡ଼ିଆସି ତାଙ୍କୁ କୁଣ୍ଢାଇ ପକାଇବା ସହ ବୁଝାଇଥିଲେ। ସୁଶାନ୍ତଙ୍କ ଏହି ଡ୍ୟାନ୍ସକୁ ସେତେବେଳେ ରେମୋ ଡିସ୍ୟୁଜା ଷ୍ଟାଣ୍ଡିଂ ଓବେସନ୍‌ ଦେଇଥିଲେ। ଖୁବ୍‌ କମ୍‌ ବୟସରୁ ମା’ଙ୍କୁ ହରାଇଥିବା ଏହି ଅଭିନେତା ଏବେ ଦୁନିଆରୁ ବିଦାୟ ନେଇଛନ୍ତି। ସୂଚନାଯୋଗ୍ୟ ଯେ ପବିତ୍ର ରିସ୍ତା ସିରିୟଲରୁ ସୁଶାନ୍ତ ଓ ଅଙ୍କିତାଙ୍କ ପ୍ରେମ ଆରମ୍ଭ ହୋଇଥିଲା। ମାତ୍ର ପରେ ଏହି ସମ୍ପର୍କ ଭାଙ୍ଗିଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.