ସାପ ଛୁଆ ଅଣ୍ଡାରୁ ବାହାରି ହାତରେ ଚଢିବାକୁ ଲାଗିଲା, ଆଉ ଶିହରି ଉଠିଲା … ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏବେ ଅନେକ ଭିଡିଓ ଭାଇରଲ ହେଉଛି। କେଉଁଠି ହାତୀ ଛୁଆର ତ ଆଉ କେଉଁଠି ମାଙ୍କଡ ଛୁଆର। ଏହାଛଡା ସାପକୁ ନେଇ ମଧ୍ୟ ଅନେକ ଭାଇରଲ ଭିଡିଓ ଦେଖିବାକୁ ମିଳୁଛି। ଏବେ ଏମିତି ଏକ ଭିଡିଓ ଭାଇରଲ ହୋଇଛି। ଯେଉଁଥିରେ ସାପ ଛୁଆ ଅଣ୍ଡା ଭିତରୁ ବାହାରି ଜଣେ ବ୍ୟକ୍ତିଙ୍କ ହାତରେ ଚଢୁଥିବାର ଭିଡିଓ ଭାଇରଲ ହେଉଛି।

ଭିଡିଓରେ ଥିବା ବ୍ୟକ୍ତିଙ୍କ ନାମ ଜି ବ୍ରିରୁଅର। ଯାହାଙ୍କ ହାତରେ ସାପ ଚଢୁଛି, ସେହି ବ୍ୟକ୍ତି ଜଣକ ସାପ ଷ୍ଟୋର କରିଛନ୍ତି। ଯେଉଁଠାରେ ସେ ବିଭିନ୍ନ ପ୍ରକାରର ସାପ ରଖିଛନ୍ତି। ଆଉ ଏହି ଭିଡିଓରେ ଦେଖିଥିବା ସାପର ନାମ ‘ଅଲବିନୋ କୋର୍ନ ସାପ’। ଏହି ଭିଡିଓକୁ ପ୍ରୋହିଷ୍ଟୋରିକ ପେଟସ୍‌ ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି।

ଭିଡିଓ ସେୟାର ହେବା ମାତ୍ରେ ଗୋଟେ ଦିନରେ ଏହା ଭାଇରଲ ହୋଇଯାଇଥିଲା। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୭୬ ହଜାରରୁ ଅଧିକ ଭ୍ୟୁ ଏବଂ ୧୧ ହଜାରରୁ ଉର୍ଦ୍ଧ୍ୱ ଲାଇକ୍ସ ମିଳିସାରିଛି। ଏଥିରେ ଜଣେ ୟୁଜର ମଧ୍ୟ ଲେଖିଛନ୍ତି, ‘ ମୁଁ ସାପ ଦେଖି ଘୃଣା କରେ କିନ୍ତୁ ଏହି ଭିଡିଓକୁ ଦେଖିବା ପରେ ସାପ ପ୍ରତି ଭଲପାଇବା ଆସିଯାଇଛି।

Leave A Reply

Your email address will not be published.