ବୃଦ୍ଧକାଳେ ବାଲ୍ୟଲୀଳା, ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେଇ ବନ୍ଧାହେଲେ ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡ଼ଙ୍ଗୀ
କେନ୍ୟୁଜ୍(ବ୍ୟୁରୋ): ଯୌନ ନିର୍ଯାତନା ଅଭିଯୋଗରେ ଆୟୁଷ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ଗିରଫ। ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡ଼ଙ୍ଗୀଙ୍କୁ ଗିରଫ କଲା ପୋଲିସ । IPC-୩୫୪, ଓ ୬୭ IT ଆକ୍ଟ ରେ ଗିରଫ କରାଯାଇଛି । ୫ ଘଣ୍ଟାର ଜେରା ପରେ ଗିରଫ କରାଯାଇଛି। ନିଜ ଅଫିସର ଜଣେ ମହିଳା କର୍ମଚାରୀଙ୍କୁ ବିଭୁ ପ୍ରସାଦ ଯୌନ ନିର୍ଯାତନା ଦେଉଥିବା ନେଇ ମହିଳା ଥାନାରେ ଅଭିଯୋଗ ହୋଇଥିଲା । ସେ ଅଶ୍ଲୀଳ ମେସେଜ ଓ ଅଶ୍ଲୀଳ ଭିଡିଓ ପଠାଇବା ସହ ପ୍ରେମ ନିବେଦନ କରିିଥିବା ଅଭିଯୋଗ କରିଥିଲେ ଯୁବତୀ । ପୂର୍ବରୁ ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ ହୋଇଥିଲା । ଏହି ମାମଲାରେ ତାଙ୍କୁ ହାଜର ହେବା ପାଇଁ ନୋଟିସ୍ କରିଥିଲା କମିଶନରେଟ ପୋଲିସ । ଏହାପରେ ଆଜି ହାଜର ହୋଇଥିଲେ ବିଭୂ ପ୍ରସାଦ।