ଆସାମ ପୋଲିସ ଶେୟାର କଲା ପ୍ରଭାସଙ୍କ ଅପ୍‌କମିଂ ଫିଲ୍ମ ‘ରାଧେ ଶ୍ୟାମ’ର ପୋଷ୍ଟର, ଦେଲା ଏଭଳି ମେସେଜ

‘ବାହୁବଳୀ’ ଫେମ ପ୍ରଭାସଙ୍କ ଅପ୍‌କମିଂ ଫିଲ୍ମ ‘ରାଧେ ଶ୍ୟାମ’ର ଫାଷ୍ଟ ଲୁକ୍‌ ରିଲିଜ ହୋଇଛି। ଫିଲ୍ମରେ ପ୍ରଭାସ ପୂଜାଙ୍କ ସହିତ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି। ପୋଷ୍ଟର ରିଲିଜ ହେବା ପରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବାରେ ଲାଗିଛି। ଏହି ଫିଲ୍ମ ୪ଟି ଭାଷାରେ ରିଲିଜ ହେବ। ୨୦୨୧ରେ ଫିଲ୍ମ ରିଲିଜ ହେବ। ଏହି ପୋଷ୍ଟକୁ ନେଇ ଆସାମ ପୋଲିସ କରୋନା ଭାଇରସ ଟ୍ଵିଷ୍ଟ ଦେଇଛି। ଆସାମ ପୋଲିସ ପୋଷ୍ଟର ଜରିଆରେ ଜରୁରୀ ବାର୍ତ୍ତା ଦେଇଛି।

ପ୍ରଭାସଙ୍କ ଫିଲ୍ମ ‘ରାଧେ ଶ୍ୟାମ’ର ପୋଷ୍ଟରକୁ ଆସାମ ପୋଲିସ ସୋସିଆଲ ମିଡିଆରେ ସେୟାର କରିଛି। ଏହି ପୋଷ୍ଟର ଜରିଆରେ ପୋଲିସ ଲୋକଙ୍କୁ ସଚେତନତା କରିବା ସହିତ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛି। ପୋଲିସ ରାଧେ ଶ୍ୟାମର ପୋଷ୍ଟକୁ ଫଟୋଶପ ଭର୍ସନ କରି ସୋସିଆଲ ମିଡିଆରେ ସେୟାର କରିଛି। ଏହି ପୋଷ୍ଟରରେ ପୂଜା ଏବଂ ପ୍ରଭାସ ଦୁହେଁ ମାସ୍କ ପିନ୍ଧିଥିବା ନଜର ଆସିଛନ୍ତି। ଦୁହେଁ ସାମାଜିକ ଦୂରତା ମାନିଥିବା ମଧ୍ୟ ନଜର ଆସିଛନ୍ତି।

ଏହାକୁ ନେଇ ପୋଲିସ ଲେଖିଛି, ନିଜର ସଂପର୍କୀୟଙ୍କୁ କୁହନ୍ତୁ, ଯେତେବେଳେ ବି ସେମାନେ ବାହାରକୁ ଯାଆନ୍ତୁ ମାସ୍କ ଜରୁର ପିନ୍ଧନ୍ତୁ। ଆମେ ପ୍ରଭାସଙ୍କୁ ଫୋନ ଲଗାଇବାକୁ ଚେଷ୍ଟା କରିଥିଲୁ, କିନ୍ତୁ ଫୋନ ଲାଗିନଥିଲା। ଏହା ଜରିଆରେ ଫଟୋଶପ କରି ପୋଲିସ ସଚେତନା ବାର୍ତ୍ତା ଦେଇଛନ୍ତି।

Leave A Reply

Your email address will not be published.