ଫୁଟବଲ୍‌ ମ୍ୟାଚ୍‌ରେ ଦର୍ଶକଙ୍କ ସିଟ୍‌ରେ ବସିଥିଲେ କଣ୍ଢେଇ, କିନ୍ତୁ ପରେ ଜଣାପଡ଼ିଲା ତାହା ଥିଲା ସେକ୍ସ ଡଲ୍‌

କରୋନା ଯୋଗୁ ଏବେ ଲୋକଙ୍କ ଏକାଠି ହେବା ଉପରେ ପ୍ରତିବନ୍ଧକ ଲାଗିଛି। ଏଣୁ ସିନେମା ହଲ, ଜିମ୍‌ ପ୍ରଭୃତି ବନ୍ଦ ରହିଛି। ଅନ୍ୟପଟେ ଷ୍ଟାଡିୟମ୍‌ ଓ ଖେଳ ଆୟୋଜନ ଆଦି ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିଛି। ତେବେ ନିକଟରେ ଦକ୍ଷିଣ କୋରିଆର ଏକ ଷ୍ଟାଡିୟମ୍‌ରେ ଏକ ଫୁଟବଲ୍‌ ମ୍ୟାଚ୍‌ ଆୟୋଜିତ ହୋଇଥିଲା। ଦର୍ଶକ ନଥିବାରୁ ଖେଳାଳିଙ୍କୁ ଚିୟର ଅପ୍‌ କରିବାକୁ ଫୁଟବଲ କ୍ଲବ୍‌ ତରଫରୁ ଷ୍ଟାଡିୟମ୍‌ରେ ଦର୍ଶକଙ୍କ ସ୍ଥାନରେ କଣ୍ଢେଇ ରଖାଯାଇଥିଲା।

S. Korean Soccer Team Apologizes for Allegedly Using Sex Dolls to ...

କିନ୍ତୁ ପରେ ଜଣାପଡ଼ିଥିଲା ଯେ ଉକ୍ତ କଣ୍ଢେଇଗୁଡ଼ିକ ସାଧାରଣ ନୁହେଁ ବରଂ ସେକ୍ସ ଡଲ୍‌। ତେବେ କି ଲିଗ୍‌ ଫୁଟବଲ୍‌ କ୍ଲବ୍‌ ଏଥିପାଇଁ ପରେ କ୍ଷମା ମାଗିଥିବା ଜଣାଯାଇଛି। କ୍ଲବ୍‌ର ଏହି କାରନାମା ପରେ ସୋସିଆଲ ମିଡିଆରେ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି।

ରିପୋର୍ଟ ମୁତାବକ, ଖାଲି ଷ୍ଟାଡିୟମ୍‌କୁ ପୂର୍ଣ୍ଣ କରିବା ପାଇଁ କ୍ଲବ୍‌ ତରଫରୁ ଦର୍ଶକଙ୍କ ସିଟ୍‌ରେ ୧୦ଟି କଣ୍ଢେଇ ରଖାଯାଇଥିଲା। କିନ୍ତୁ ପରେ ଜଣାପଡ଼ିଥିଲା ଯେ ତାହା ସାଧାରଣ କଣ୍ଢେଇ ନୁହେଁ ବରଂ ସେକ୍ସ ଡଲ୍‌। ତେବେ ଏଫ୍‌ସି ସୋଲ ଏଥିପାଇଁ ସପ୍ଲାୟାରକୁ ଦାୟୀ କରିଛି। କ୍ଲବ୍‌ ତରଫରୁ ଏନେଇ କ୍ଷମା ମଗାଯିବା ସହ ଏଭଳି ପୁନର୍ବାର ହେବ ନାହିଁ ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.