ଖୋର୍ଦ୍ଧା:କଙ୍କଡ଼ାକୁ ଗୋଳିପାଣି ସୁହାଇଲା ଭଳି ଟାଙ୍ଗୀର ଚୋରା ମାଙ୍କଡ ପଥର ବେପାରୀଙ୍କୁ ସୁହାଇଛି ସଟଡାଉନ, ଜବତ ହେଲା ୪ ଗାଡି

ଟାଙ୍ଗୀ(କେନ୍ୟୁଜ୍):  ସଟଡାଉନ ସମୟରେ ମାଙ୍କଡା ପଥର ଚୋରା ଚାଲାଣକାରୀ ସକ୍ରିୟ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ।  ଚୋରା ମାଙ୍କଡା ପଥର ବେପାରୀ ମାନେ ଵେଧଡକ ଭାବେ ଚଳାଇଛନ୍ତି  ସେମାନଙ୍କର ଚୋରା ବେପାର । ଏଭଳି  କାରବାରକୁ ରୋକ୍ ଦେଵା ପାଇଁ ଅଣ୍ଟା ଭିଡିଛନ୍ତି ଟାଙ୍ଗୀ ତହସିଲଦାର । ଆଜି ସଟଡାଉନ ସମୟରେ ବେଆଇନ ଭାଵେ ମାଙ୍କଡା ପଥର ଚାଲାଣ କରାଯାଉଥିବା ଖବର ପାଇ ଅଚାନକ  ଟାଙ୍ଗୀ ବଜାରରୁ ଗୋଟିଏ ପଥର ବୋଝେଇ ୪୦୭, ଉଜ୍ଜଳା ଗୋପୀନାଥପୁର ଗ୍ରାମରୁ ୩ ଟି ପଥର ବୋଝେଇ ଟ୍ରାକ୍ଟର ସହ ପାତ୍ରପଡା ଓ ଅନ୍ୟ ଅଞ୍ଚଳରେ ଚଢ଼ାଉ କରି ଗୋଟିଏ ଟ୍ରକ୍ ଜବତ କରିଛନ୍ତି ।

ତାହା ସହ ଆଗକୁ ଏଭଳି ଚଢ଼ାଉକୁ ଜୋରଦାର କରାଯିବ ବୋଲି ସୂଚନା ଦେଇଛି  ଟାଙ୍ଗୀ ତହସିଲଦାର । ତେବେ ରାତ୍ରି ସମୟରେ ପଥର କାରଵାର ବ୍ୟାପକ ହେଉଥିବାରୁ  ରାତ୍ରୀ କାଳୀନ ଚଢାଉକୁ  ଜୋରଦାର କରାଯିବାର ଆବଶ୍ୟକତା ଜରୁରୀ ହୋଇ ପଡିଛି ବୋଲି ସ୍ଥାନୀୟ ଜନସାଧାରଣ ମତପୋଷଣ କରିଛନ୍ତି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.