ଭୁବନେଶ୍ୱର(କେନ୍ୟୁଜ୍) : ପୁରୁଣାଷ୍ଟେସନ ବଜାରରେ ଥିବା ଏକ ଗାଡ଼ି ମଧ୍ୟରୁ ଆଜି ଏକ ମୃତ ଦେହ ମିଳିଛି । ମୃତକ ଗଞ୍ଜାମ ଜିଲ୍ଲାର କୃଷ୍ଣ ପ୍ରଧାନ ବୋଲି ଜଣାଯାଇଛି । ସେ ଦୀର୍ଘ ଦିନ ହେବ ପରିବାର ସହ ଚିନ୍ତାମଣି ସ୍ଥିତ ଚମ୍ପା ପୋଖରୀ ଠାରେ ରହୁଥିଲେ ।
କୈାଣସି ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ସେ କେଉଁ ପରିସ୍ଥିତିରେ ମଲେ ଓ ତାଙ୍କର କାହା ସହ ଶତ୍ରୁତା ଥିଲା ଏସବୁ ଦିଗକୁ ନେଇ ପୋଲିସ ଛାନ୍ଭିନ୍ କରୁଛି ।
ମୃତକଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ଘଟଣାସ୍ଥଳରେ ପୋଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।