କାହିଁକି ବିଷ ପିଇ ଆତ୍ମହତ୍ଯା କଲେ ପ୍ରେମୀ ଯୁଗଳ ?

ଗଜପତି(କେନ୍ଯୁଜ୍) : ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ବୁଡ଼ାଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ନାବାଳିକା ଏବଂ ତାଙ୍କ ପ୍ରେମୀକ ପ୍ରେମରେ ବିଫଳ ହୋଇ ଶେଷକୁ ଆତ୍ମହତ୍ଯାର ରାସ୍ତା ଆପଣାଇଛନ୍ତି। ମୃତକ ପ୍ରେମୀ ଯୁଗଳ ଦୁଇଜଣ ହେଲେ ନାବାଳିକା ଯସ୍ମିନ୍ ବଳବେହେରା ଏବଂ ରମେଶ ରାଉତ୍ ଅଟେ।

ଦୁଇ ଜଣ ବିଷ ପିଇ ଆତ୍ମହତ୍ଯା କରିଥିବା ବେଳେ ଘଟଣା ପରେ ଦୁହିଁଙ୍କୁ ତୁରନ୍ତ ଆର.ଉଦୟଗିରି ଗୋଷ୍ଠୀସ୍ବାସ୍ଥ୍ଯ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଯସ୍ମିନଙ୍କ ମୃତ୍ଯ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ରମେଶଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ରମେଶଙ୍କ ମୃତ୍ଯୁ ହୋଇଥିଲା।

mohana

ଏବେ ସ୍ଥାନୀୟ ପୋଲିସ ଦୁଇଟି ଅପମୃତ୍ଯୁ ମାମଲା ରୁଜୁ କରିବା ସହ ଘଟଣାଟିର ତଦନ୍ତ ଚଳାଇଛି। ଏନେଇ ସୂଚନା ଦେଇଛନ୍ତି ଆର.ଉଦୟଗିରି ଏସ.ଡ଼ି.ପି ଅନିଲ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.