ଆପଣ ସମଲିଙ୍ଗୀ ନୁହଁନ୍ତି ତ ? ଏଣିକି ରକ୍ତଦାନ କରୁଥିବା ପୁରୁଷଙ୍କୁ ପଚରାଯିବ ଏହି ପ୍ରଶ୍ନ

ବର୍ତ୍ତମାନ ରକ୍ତଦାନ କରିବା ପୂର୍ବରୁ ପୁରୁଷଙ୍କୁ ନିଜର ଯୌନ ବ୍ୟବହାର ସମ୍ବଦ୍ଧିତ କିଛି ପ୍ରଶ୍ନର ଉତ୍ତର ଦେବା ବାଧ୍ୟତାମୂଳକ ହେବ। ସେମାନଙ୍କୁ ପ୍ରଶ୍ନ କରାଯିବ ଯେ ସେ ସମଲିଙ୍ଗୀ ତ ନୁହଁନ୍ତି। ଏହା ମଧ୍ୟ ପ୍ରଶ୍ନ କରାଯିବଯେ ସେ ଅନେକ ସାଥିଙ୍କ ସହିତ ରହୁନାହାନ୍ତିତ। ଜଣାଇବୁଯେ ଭାରତରେ ସମଲିଙ୍ଗୀ ପୁରୁଷଙ୍କ ରକ୍ତଦାନରେ ବହୁ ପୂର୍ବରୁ ପ୍ରତିବନ୍ଧ ଲଗାଯାଇଛି। କିନ୍ତୁ ଏମିତି ପ୍ରଥମ ଥର ହେବ ଯେତେବେଳେ କୌଣସି ଫର୍ମରେ ଲିଖିତ ଭାବରେ ଉତ୍ତର ଦେବାକୁ ହେବ।

blood donateମୁମ୍ବାଇର ବ୍ଲଡ ବ୍ୟାଙ୍କକୁ ଅକ୍ଟୋବର ୨୦୧୭ରେ ହିଁ ନ୍ୟାସନାଲ ବ୍ଲଡ ଟ୍ରାନ୍ସଫ୍ୟୁଜନ ପକ୍ଷରୁ ଅପଡେଟ କରାଯାଇଥିବା ଫର୍ମ ମିଳିଥିଲା। ଏଥିରେ ରକ୍ତଦାନ କରିବା ବ୍ୟକ୍ତିଙ୍କ ପାଇଁ କିଛି ନର୍ଦ୍ଦେଶ ଜାରୀ କରାଯାଇଛି। ଯେଉଁଥିରେ କୁହାଯାଇଛି ସମଲିଙ୍ଗୀ, ବାୟ ସେକ୍ସୁଆଲ ପୁରୁଷ, ଟ୍ରାନ୍ସଜେଣ୍ଡର ଏବଂ ମହିଳା ଯୌନକର୍ମୀ କେବେବି ରକ୍ତଦାନ କରିପାରିବେ ନାହିଁ। ଏହା ପଛର କାରଣ ହେଉଛି ସେମାନଙ୍କ ଭିତରେ ଏଚଆଇଭି ଏବଂ ହେପାଟାଇଟିସ ବି ଏବଂ ସି ସଂକ୍ରମଣର ଭୟ ଥାଏ।

blood_donation-1ଏହି ପ୍ରତିବନ୍ଧ କେବଳ ଏମାନଙ୍କ ଉପରେ ଲାଗୁ ହୋଇନାହିଁ ବରଂ ଏମିତି ଲୋକଙ୍କ ଉପରେ ଲାଗୁ କରାଯାଉଛି ଯେଉଁ ମାନଙ୍କୁ କ୍ୟାନ୍ସର, ଅର୍ଗାନ ଫେଲିୟର, ଆଲାର୍ଜୀ ଏବଂ ଶ୍ବାସ ସମ୍ବଦ୍ଧୀୟ କିଛି ରୋଗ ହୋଇଥିବ। ବ୍ଲଡ ବ୍ୟାଙ୍କର କର୍ମୀଙ୍କର କହିବାନୁଯାୟୀ ଏହି ଫର୍ମ ବିକସିତ ଦେଶକୁ ଅନୁଧ୍ୟାନ କରି ନିଷ୍ପତ୍ତି ନିଆଯାଇଛି।

ଏହା ସହ ପଢ଼ନ୍ତୁ : ଭୁଲରେ ମଧ୍ୟ କିନ୍ନର ମାନଙ୍କୁ ଦାନ କରନ୍ତୁ ନାହିଁ ଏହି ସବୁ ଜିନିଷ, ନହେଲେ ଭୋଗିବେ ଓଲଟା ଫଳ

blood_donation1ଏଥିରେ ଯେଉଁ ରୋଗୀଙ୍କୁ ରକ୍ତର ଆବଶ୍ୟକତା ହୋଇଥାଏ ତାଙ୍କର ଜୀବନ ଉପରେ କୌଣସି ବିପଦ ଆସିନଥାଏ। ଏହା ପୁର୍ବରୁ ଯେଉଁ ଫର୍ମ ଥିଲା ସେଥିରେ କେବଳ ଏହା ପ୍ରଶ୍ନ କରାଯାଉଥିଲାଯେ ରକ୍ତଦାନ କରୁଥିବା ବ୍ୟକ୍ତିଙ୍କ ପାଖରେ ଏମିତି କୌଣସି କାରଣ ଅଛି ଯାହାଦ୍ବାରା ସେମାନଙ୍କୁ ଲାଗୁଥିବଯେ ହେପାଟାଇଟିସ, ମ୍ୟାଲେରିଆ, ଏଚଆଇଭି କିମ୍ବା ଅନ୍ୟ କୌଣସି ରୋଗ ହୋଇଥାଏ।

1bloodକର୍ମୀ ମାନଙ୍କର କହିବାନୁଯାୟୀ ଏହିଭଳି ପ୍ରଶ୍ନ ବିକସିତ ଦେଶରେ ପ୍ରଶ୍ନ କରାଯାଉଥିଲା। ବର୍ତ୍ତମାନ ତାଙ୍କ ପାଇଁ ଆହୁରି ଅଧିକ ବଢ଼ିଯାଇଛି। ଏବେ ସେମାନଙ୍କୁ ଏହି ପ୍ରଶ୍ନ କରାଯିବଯେ ତାଙ୍କର ବହୁତ ଜଣଙ୍କ ସହିତ ଶାରୀରିକ ସମ୍ପର୍କ କିମ୍ବା ସମଲିଙ୍ଗୀ ପାର୍ଟନର ତ ନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.