ଖୋର୍ଦ୍ଧା (କେନ୍ୟୁଜ ବ୍ୟୁରୋ): ପୁଣି ଲଜ୍ଜ୍ୟା । ଖୋର୍ଦ୍ଧା ଜିଲ୍ଲାରେ ୯ ବର୍ଷର ନାବାଳିକାକୁ ଘରେ ପଶି ଦୁଷ୍କର୍ମ ଅଭିଯୋଗ । ଖୋର୍ଦ୍ଧା ଟାଉନ ଥାନା ଅଂଚଳରେ ଘଟିଛି ଏଭଳି ଏକ ଲଜ୍ଜ୍ୟାଜନକ ଘଟଣା । ତେବେ ନାବାଳିକାଙ୍କୁ ପ୍ରଥମେ ଖୋର୍ଦ୍ଧା ଏବଂ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୂବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ଟାଉନ ଥାନା ପୋଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଜଣକ ନାବାଳିକାର ସମ୍ପର୍କୀୟ ବୋଲି ଜଣାପଡ଼ିଛି ଏବଂ ସେ ଫେରାର ଅଛି ।