କାରଗିଲ ଯୁଦ୍ଧକୁ ବିତି ଯାଇଛି ୨୧ବର୍ଷ : ସହିଦ ନିରଞ୍ଜନ ବେହେରାଙ୍କୁ ଆଜିବି ଝୁରୁଛି ଗାଁ ମାଟି

ଚାନ୍ଦବାଲି: ୧୯୯୯ ମସିହା ଜୁଲାଇ ୨୬ ତାରିଖ । ଦେଶବାସୀଙ୍କ ପାଇଁ ଚିର ସ୍କରଣୀୟ ଓ ଗୌରବର ଦିନ । କାରଣ ଆଜିର ଦିନରେ ବୀର ଯବାନମାନେ ସହିତ ହୋଇ କାରଗିଲ ଯୁଦ୍ଧରେ ବିଜୟୀ ହୋଇଥିଲେ । ତେଣୁ ସାରା ଦେଶ ଆଜିର ଦିନକୁ କାରଗିଲ ବିଜୟ ଦିବସ ରୂପେ ପାଳନ କରିଆସୁଅଛି । କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ଭାରତୀୟ ବୀର ଯବାନଙ୍କ ମଧ୍ୟରେ ଥିଲେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଉତୁକୁଡା ପଞ୍ଚାୟତର ପାଙ୍ଗୁଡା ଗାଁ ର ସହିଦ ନିରଞ୍ଜନ ବେହେରା ।

ଆଖୁଳୀ ଚରଣ ବେହେରା ଓ ଦ୍ରୌପଦୀ ବେହେରାଙ୍କ ସାନ ପୁଅ ସହିଦ ନିରଞ୍ଜନ। କାରଗିଲ ଯୁଦ୍ଧକୁ ବିତି ଯାଇଛି ୨୧ବର୍ଷ। ହେଲେ ଆଜି ବି ସହିଦ ନିରଞ୍ଜନ ବେହେରାକୁ ଝୁରୁଛି ଗାଁ ମାଟି,ପାଣି ପବନ ଓ ପରିବାର ଲୋକେ । ସେ ଦିନର ସବୁ ସ୍ମୃତିକୁ ଆଜି ବି ମନେ ରଖିଛନ୍ତି ସହିଦର ପତ୍ନୀ ସନ୍ଧ୍ୟାରାଣି । ଦେଶ ପାଇଁ ସ୍ବାମୀ ବଳିଦାନ ଦେଇଥିବାରୁ ସ୍ତ୍ରୀ ଓ ପରିବାର ଲୋକେ ବେଶ ଗର୍ବ ଅନୁଭବ କରନ୍ତି ବୋଲି କୁହନ୍ତି ସନ୍ଧ୍ୟାରାଣି ।

niranjanସେହିପରି ଚାନ୍ଦବାଲି ମାଟିର ପୁଅ ହୋଇଥିବାରୁ ସହିଦଙ୍କ ପାଇଁ ଚାନ୍ଦବାଲିବାସୀ ମଧ୍ୟ ବେଶ ଗର୍ବିତ। ହେଲେ ଦୀର୍ଘ ଦିନ ହେବ ସହିଦଙ୍କ ସୃତି ପୀଠରେ ସହିଦ ନିରଞ୍ଜନ ବେହେରାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ତାହା ହୋଇପାରୁ ନଥିବାରୁ ଚାନ୍ଦବାଲିବାସୀଙ୍କ ମନରେ ଶକ୍ତ ଆଘାତ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.