ଆଜି ଆଉ ୭୫୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧାର ସର୍ବାଧିକ ୧୬୨ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଖୁସି ଖବର ଦେଲା ସ୍ବାସ୍ଥ୍ୟ ବିଭାଗ। ରାଜ୍ୟରେ ଆଜି ଆଉ ୭୫୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା  ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥମାନଙ୍କ ମଧ୍ୟରେ ଅଛନ୍ତି ଖୋର୍ଦ୍ଧାର ୧୬୨, ଗଞ୍ଜାମର ୧୩୯, କଟକର ୭୮, ସୁନ୍ଦରଗଡ ୫୮, ଗଜପତି ୪୯, ଭଦ୍ରକର ୩୩, କେନ୍ଦୁଝର ୩୧, ପୁରୀ ୨୮, ନୟାଗଡ ୨୨, ରାୟଗଡାର ୨୦, ବାଲେଶ୍ବରର ୧୯, କୋରାପୁଟର ୧୮, ମାଲକାନଗିରି ୧୬, ନବରଙ୍ଗପୁରର ୧୩, କନ୍ଧମାଳର ୧୦, ସମ୍ବଲପୁରର  ୧୦, ଯାଜପୁରର ଓ କେନ୍ଦ୍ରାପଡାର ୯ ଜଣ ଲଖାଏଁ ସୁସ୍ଥ, ଜଗତସିଂହପୁରର ୮,ବରଗଡର ୭, ଢେଙ୍କାନାଳ ଓ ଝାରସୁଗୁଡାର ୬ ଜଣ ଲଖାଏଁ ସୁସ୍ଥ। ଏହା ସହିତ ବଲାଙ୍ଗିର ଓ କଳାହାଣ୍ଡି ୨ ଜଣ  ଲଖାଏଁ ସୁସ୍ଥ ହୋଇଛନ୍ତି, ଅନୁଗୁଳର ଜଣେ କରୋନାରୁ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥମାନଙ୍କୁ ମିଶାଇ ବର୍ତ୍ତମାନ ରାଜ୍ୟରେ ସୁସ୍ଥ ସଂଖ୍ୟା ୨୧,୨୭୩ରେ ପହଞ୍ଚିଛି ।

ସେପଟେ ଦେଶରେ ଗତ ୨୪ ଘଣ୍ଟାରେ ୩୬ହଜାର ୫୬୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ପାଖାପାଖି ୧୧ଲକ୍ଷ ଲୋକ ସୁସ୍ଥ ହୋଇଛନ୍ତି । ଆରୋଗ୍ୟ ହାର ରହିଛି ୬୪.୫୩ ପ୍ରତିଶତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.