ଜାଣନ୍ତୁ କରୋନା ଭ୍ୟାକ୍‌ସିନ୍‌ର ପ୍ରସ୍ତୁତି କେଉଁ ପର୍ଯ୍ୟାୟରେ, କେବେ ଆସିବ ବଜାରକୁ

କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତିରେ ପ୍ରାୟ ୭୫ରୁ ଅଧିକ ଦେଶ ଲାଗିଛନ୍ତି । କାହାର ଭ୍ୟାକ୍ସିନ୍ ପ୍ରସ୍ତୁତି ପ୍ରାଥମିକ ପର୍ଯ୍ୟାୟରେ ଥିବାବେଳେ କିଛି ଦେଶ ଫେଜ୍ ୨ ଓ ଫେଜ୍ ୩ ହ୍ୟୁମାନ୍ ଟ୍ରାଏଲ୍ରେ ପହଞ୍ଚିଛନ୍ତି । ଭାରତ ଏହି ଦୈାଡ଼ରେ ଆଗରେ ଥିଲା । ଏବେ ସୋଭିଏତ ଋଷ ଆଗରେ ଥିବା ଜଣାଯାଇଛି ।

ଅଗଷ୍ଟ ୧୨ କିମ୍ବା ୧୪ ତାରିଖରେ ଋଷର ଭ୍ୟାକ୍‌ସିନ୍‌ ବଜାରରେ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି । ତା’ ପଛକୁ ରହିଛି ଭାରତ । ଭାରତ ସେପ୍ଟେମ୍ବର ମାସ ଶେଷ ଆଡକୁ ତା’ର ଭ୍ୟାକ୍‌ସିନ୍‌ ବଜାରକୁ ଛାଡ଼ିବ ବୋଲି ଜଣାପଡ଼ିଛି ।

ଭାରତରେ କରୋନା ଭ୍ୟାକ୍ସିନ୍ ହ୍ୟୁମାନ୍ ଟ୍ରାଏଲ୍ର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଶା କରାଯାଉଛି ଏହା ଆସନ୍ତା ସ୍ୱାଧୀନତା ଦିବସ ଅବସରରେ ଅଗଷ୍ଟ ୧୫ ତାରିଖରେ ଦେଶରେ ଉପଲବ୍ଧ ହେବ । ତେବେ ଆସନ୍ତୁ ଜାଣିବା କେଉଁ ଦେଶ କରୋନା ଭ୍ୟାକ୍ସିନ ପ୍ରସ୍ତୁତିରେ କେତେ ଆଗରେ ଅଛନ୍ତି ।

ତଳେ ଦିଆଯାଇଥିବା ଟେବୁଲ୍ ଅନୁଯାୟୀ ଆପଣ କରୋନା ଭ୍ୟାକ୍ସିନ୍ର ସ୍ଥିତି ସମ୍ପର୍କରେ ଜାଣି ପାରିବେ

vaccine-00

ଏବେ ସବୁଠି ଆଗରେ ଅଛି ଋଷର ଭ୍ୟାକ୍‌ସିନ୍‌ । ଋଷର ଗାମାଲେୟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତ କରିଛି । ଯାହାର ହ୍ୟୁମାନ୍ ଟ୍ରାଏଲ୍ ନିକଟରେ ସରିଛି । ଏହା ଅଗଷ୍ଟ ୧୦ ତାରିଖରେ ବ୍ୟବହାର ଉପଯୋଗୀ ହେବାକୁ ଅନୁମତି ମିଳିବ ଏବଂ ଅଗଷ୍ଟ ୧୨ରୁ ୧୪ ତାରିଖରେ ବଜାରରେ ଉପଲବ୍ଧ ହେବ ବୋଲି ଋଷ ପକ୍ଷରୁ କୁହାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.