Below header

ଭୁବନେଶ୍ବର: ପରିସ୍ଥିତି ସାଙ୍ଘାତିକ ହେଉଛି, ବଜାରର ଭିଡ ଭିତରକୁ ନଯିବା ପାଇଁ ସତର୍କ କରାଇଲେ ବିଏମସି କମିଶନର

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ବରରେ ବଢିଚାଲୁଥିବା କରୋନା ସଂକ୍ରମଣ ପାଇଁ ବିଏମସିର ସତର୍କବାଣୀ। ପ୍ରେସମିଟ ଜରିଆରେ ଭୁବନେଶ୍ବର ବାସିନ୍ଦାଙ୍କୁ ଭିଡ଼କୁ ନଯିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଆମକୁ ବଞ୍ଚିବା ଜରୁରୀ। ଦୈନିକ ପରିବା କିଣନ୍ତୁ ନାହିଁ।  ୪ କିମ୍ବା ୫ ଦିନରେ ଥରେ ବଜାରକୁ ଯାଆନ୍ତୁ ଓ  ଟଙ୍କାଏ ଦୁଇଟଙ୍କା ପାଇଁ ବୁଲି ବୁଲି କିଣନ୍ତୁ ନାହିଁ।   ଆହୁରୀ ମଧ୍ୟ କହିଛନ୍ତି :-

୧-ବଜାରକୁ ଗଲାବେଳେ ସତର୍କତାର ସହ ଯିବାକୁ ପଡିବ। ଯେହେତୁ  ଆଳୁ ଗଦିରୁ ଜଣେ ସଂକ୍ରମିତଙ୍କ ପାଇଁ ୪୧ ଜଣ ସଂକ୍ରମିତ ହେଲେ ଓ ମାଛ ମାର୍କେଟକୁ  ବି ବନ୍ଦ କରାଗଲା । ପରେ  ଟେଷ୍ଟ କଲାପରେ  ୨୧ ଜଣ ପଜିଟିଭ ବାହାରିଥିଲେ। ତେଣୁ ବଜାର ବୁଲିବା ବେଳେ ମଧ୍ୟ ସତର୍କତା ଅବଲମ୍ବନ କରନ୍ତୁ।

୨- ବଜାରକୁ ଗଲା ବେଳେ ନିଜର ପୁରା  ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ।  ଥରେ ଯେଉଁଠି ସଂକ୍ରମିତ ହୋଇଛି ସେଭଳି  ଜାଗାକୁ ଯିବା ବେଳେ ଭିଡ଼କୁ ନଯାଇ ଶୀଘ୍ର ବଜାର ସୈଦା ସାରି ଘରକୁ ଫେରିଆସନ୍ତୁ ଓ ଘରେ ପହଞ୍ଚିଲା  ପରେ ହାତ ଧୋଇବାକୁ ଜମା ଭୁଲନ୍ତୁନାହିଁ।

୩- ରାସ୍ତାକଡ଼ରେ ଦୋକାନୀଙ୍କ ପାଇଁ ରାସ୍ତାକଡ଼ରେ ବିକ୍ରି ନ କରିବାକୁ ପରାମର୍ଶ ଦେଇଛନ୍ତି ବିଏମ୍ସି କମିଶନର। ସେ କହିଛନ୍ତି, ରାସ୍ତାକଡ଼ ଜଳଖିଆ ଦୋକାନୀକୁ ଦୋକାନରେ ବିକ୍ରି ପାଇଁ ଅନୁମତି ନାହିଁ। କିନ୍ତୁ ଅନେକ ଜାଗାରେ ଦେଖାଯାଉଛି, ସେମାନେ ସେଇଠି ବିକ୍ରି କରୁଛନ୍ତି। ଲୋକମାନେ ବି ସେଇଠି ଖାଉଛନ୍ତି, ସେମିତି କରନ୍ତୁନାହିଁ, ଘରକୁ ପାର୍ସଲ ନିଅନ୍ତୁ ବୋଲି କହିଛନ୍ତି ବିଏମସି କମିଶନର।

୪- ବସ୍ତିରେ ହୋମ୍ କ୍ୱାରେଣ୍ଟାଇନର  ଅନୁମତି ନାହିଁ। ତେଣୁ  ସରକାରୀ କ୍ୱାରେଣ୍ଟାଇନର କରାଯାଇଛି । ୬୦ ପ୍ରତିଶତ ବସ୍ତିରେ ବିଏସି ଏଯାଏ କିଛି ବି କେସ୍ ପାଇନାହିଁ । ବସ୍ତି କମିଟିର ସଚେତତା ଓ ସହଯୋଗ  ପାଇଁ ଅନେକ ବସ୍ତିରେ ସଂକ୍ରମଣ ନାହିଁ ବୋଲି କମିଶନର ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.