ରାଜ୍ୟରେ ୩୦ ହଜାର ଟପିଲା ସୁସ୍ଥ ସଂଖ୍ୟା, ଆଜି ସୁସ୍ଥ ହେଲେ ୧୫୪୪ କରୋନା ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ):  ଆଶ୍ବସ୍ତିକର ଖବର ଦେଲା ସ୍ବାସ୍ଥ୍ୟ ବିଭାଗ। ରାଜ୍ୟରେ ଆଜି  ଆଉ ୧୫୪୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବଭାଗ। କରୋନା ଯୋଦ୍ଧାଙ୍କ ଉତ୍ସର୍ଗୀକୃତ ସେବା ପାଇଁ ଏ ସପ୍ତାହରେ ୧୦୦୦ ପାର କରିଚାଲିଛି କରୋନାରୁ ସୁସ୍ଥ ସଂଖ୍ୟା । ଦିନକୁ ଦିନ ଯେତେ ପରିମାଣର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେତିକି ପରିମାଣର ସୁସ୍ଥ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି।

ତେବେ ଆଜିର ସୁସ୍ଥଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୫୬୦, ଖୋର୍ଦ୍ଧାର ୨୦୩, କୋରାପୁଟର ୧୪୩, ଗଜପତିର ୭୫, ନୟାଗଡର ୬୨, ସୁନ୍ଦରଗଡର ୫୯, କନ୍ଧମାଳର ୪୧, କଟକର ୩୭, କଳାହାଣ୍ଡିର ୩୬,ରାୟଗଡାର ୩୬, ଯାଜପୁରର ୩୪, ବାଲେଶ୍ବରର ୩୩, ପୁରୀର ୩୨, ସମ୍ବଲପୁରର ୩୧, ମାଲକାନଗିରିର ୨୪, କେନ୍ଦ୍ରାପଡାର ୨୧, କେନ୍ଦୁଝରର ୧୭, ବରଗଡର ୧୬, ଢେଙ୍କାନାଳର ୧୩, ମୟୂରଭଞ୍ଜର ୧୨, ଭଦ୍ରକର ୮, ଜଗତସିଂହପୁରର ୮, ସୋନପୁରର ୮, ଅନୁଗୁଳର ୬, ନୂଆପଡାର ୬, ନବରଙ୍ଗପୁରର ୪, ଝାରସୁଗୁଡାର ୩ ଜଣ। ଏହି ସୁସ୍ଥମାନଙ୍କୁ ମିଶାଇ ଓଡିଶାରେ ସୁସ୍ଥ ସଂଖ୍ୟା ୩୦୨୪୧ରେ ପହଞ୍ଚିଛି।

Leave A Reply

Your email address will not be published.