ଗଜପତି ପରେ ଏବେ କନ୍ଧମାଳ ଜିଲ୍ଲାରେ ବ୍ୟାପିଲାଣି ଗଞ୍ଜେଇ ଚୋରାଚାଲଣ, ୮ କୁଇଣ୍ଟାଲ ଗଞ୍ଜେଇ ଜବତ କଲା ପୋଲିସ

କନ୍ଧମାଳ(କେନ୍ୟୁଜ୍):  କରୋନା ସମୟରେ ବେଶ୍ ସକ୍ରିୟ ହୋଇ ପଡିଛନ୍ତି ଚୋରା ଗଞ୍ଜେଇ ବେପାରୀ। ଗଜପତି ଠାରୁ ଆରମ୍ଭ କରି କନ୍ଧମାଳ ପର୍ଯ୍ୟନ୍ତ ସବୁଠି ସକ୍ରିୟ ଚୋରା ଗଞ୍ଜେଇ ଚାଲାଣକାରୀ। ଜଣକ ପରେ ଜଣେ ଧରା ପଡି ଜେଲର ହାୱା ଖାଉଥିଲେ ମଧ୍ୟ ଏଥିପ୍ରତି ଭୟ ରହୁନାହିଁ  କିଛି ଅଭ୍ୟାସଗତ ଚୋରା ଚାଳଣକାରୀଙ୍କର। ଆଜି ମଧ୍ୟ କନ୍ଧମାଳ ରୁ ବୌଦ୍ଧ ଜିଲ୍ଲାର କଣ୍ଟାମାଳକୁ ଚାଲାଣ ହେଉଥିବା  ବିପୁଳ ପରିମାଣର ଗଞେଇ ଜବତ କରିଛି ଗୋଛାପଡ଼ା ପୋଲିସ।

ବେଆଇନ ଗଞ୍ଜେଇ ଚାଲାଣ ସୂଚନା ପାଇ  ଫୁଲବାଣୀ SDPO  ମହେନ୍ଦ୍ର ନାଥ ମୂର୍ମୁ ଓ ଗୋଛାପଡ଼ା ଥାନା ଅଧିକାରୀ  ତୃପ୍ତି ରଞ୍ଜନ ନାୟକଙ୍କ ନେତୃତ୍ୱରେ ଏକ ଟିମ କେନ୍ଦୁଗୁଡା ଗାଁରେ ଚଢାଉ କରିଥିଲେ। ଚାଲାଣ ପାଇଁ ନିଆଯାଉଥିବା ୮ କୁଇଣ୍ଟାଲ ୫୦ କିଲୋଗ୍ରାମ ଗଞ୍ଜେଇ କୁ ଜବତ କରିଥିଲେ । ଚାଲାଣ କାରି ନରୋତ୍ତମ ପଲିଆ କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଫୁଲବାଣୀ SDPO ମହେନ୍ଦ୍ର ନାଥ ମୂର୍ମୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.