ଓଡିଶାର ଶାଢ଼ି ପିନ୍ଧି ଓଡିଶୀ ଗୀତରେ ନାଚିଲେ ବଲିଉଡ୍‌ ଟିଭି ଅଭିନେତ୍ରୀ, ଆପଣ ବି ଦେଖନ୍ତୁ ଏ ମନଛୁଆଁ ଭିଡିଓ

‘ଦୀୟା ଔର ବାତୀ ହମ୍‌’ ଫେମ ଦୀପିକା ସିଂହଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଦୀପିକା ସିଂହ,ଯାହାଙ୍କୁ କି ଲୋକମାନେ ସନ୍ଧ୍ୟା ନାମରେ ଜାଣିଛନ୍ତି। ଏହି ଭିଡିଓରେ ଦୀପିକା ଆୟୁଷ୍ମାନ ଖୁରାନାଙ୍କ ଗୀତରେ ଓଡିଶୀ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳୁଛି।

deepikaଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଦୀପିକାଙ୍କର ଏହି ଭିଡିଓକୁ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଆଉ ସେ ଏହି ଶାଢ଼ୀକୁ ଓଡିଶାରୁ କିଣିଥିବା ମଧ୍ୟ କ୍ୟାପସନରେ କହିଛନ୍ତି।

ଏହି ଭାଇରାଲ ହେଉଥିବା ଭିଡିଓରେ ଦୀପିକା ସିଂହ ସାଢ଼ି ପିନ୍ଧିଥିବା ଦେଖିବାକୁ ମିଳୁଛି। ଆଉ ସମୁଦ୍ର କିନାରାରେ ଡ୍ୟାନ୍ସ କରୁଥିବା ନଜର ଆସୁଛନ୍ତି। ଦୀପିକାଙ୍କର ଏହି ଭିଡିଓକୁ ସୋସିଆଲ ମିଡିଆରେ ଲୋକମାନେ ଖୁବ୍‌ ପସନ୍ଦ କରୁଛନ୍ତି। ସେୟାର ହେବାର ମାତ୍ର କିଛି ଘଣ୍ଟା ଭିତରେ ଏହି ଭିଡିଓଟି ଖୁବ୍‌ ଭାଇରାଲ ହୋଇଥିଲା। ଆପଣ ବି ଦେଖନ୍ତୁ ସନ୍ଧ୍ୟାଙ୍କର ଏହି ଭିଡିଓ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.