ଆଜି ରାଜ୍ଯରେ ୨୨୪୪ କରୋନା ପଜିଟିଭ୍ ଚିହ୍ନଟ, ଗଲା ୧୦ ଜଣଙ୍କ ମୁଣ୍ଡ

ଭୁବନେଶ୍ବର: ଆଜି ରାଜ୍ଯରେ ୨୨୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମୁଦାୟ ୨୯ଟି ଜିଲ୍ଲାରୁ ଏହି ସମସ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୧୩୯୦ ଏବଂ ଲୋକାଲ୍ କେସରୁ ୮୫୪ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୬୨,୨୯୪ରେ ପହଁଚିଛି। ଏମାନଙ୍କ ୪୨,୨୭୬ ସୁସ୍ଥ ହୋଇସାରିଥିବାବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୧୯,୬୧୨ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୧ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୧୫,ବାଲେଶ୍ବରରୁ ୧୪୨,ବରଗଡରୁ ୩୫, ଭଦ୍ରକରୁ ୧୦୪, ବଲାଙ୍ଗିରରୁ ୩୭, ବୌଦ୍ଧରୁ ୪୯, କଟକରୁ ୧୯୪,ଢେଙ୍କାନାଳରୁ ୧୮, ଗଜପତିରୁ ୬, ଗଞ୍ଜାମରୁ ୨୪୩, ଜଗତସିଂହପୁରରୁ ୧୬, ଯାଜପୁରରୁ ୯୮, ଝାରସୁଗୁଡା ୧୨, କଳାହାଣ୍ଡିରୁ ୬୭, କନ୍ଧମାଳରୁ ୧୨୧, କେନ୍ଦ୍ରାପଡାରୁ ୨୭, କେନ୍ଦୁଝରରୁ ୧୩,କୋରାପୁଟରୁ ୯୪, ମାଲକାନଗିରିରୁ ୯୮,ମୟୁରଭଞ୍ଜରୁ ୯୧,ନବରଙ୍ଗପୁରରୁ ୨୧,ନୟାଗଡରୁ ୧୩,ନୂଆପଡାରୁ ୯, ପୁରୀରୁ ୬୮,ରାୟଗଡାରୁ ୧୬୦,ସମ୍ବଲପୁରରୁ ୩୫ ,ସୋନପୁରରୁ ୧୧ ଏବଂ ସୁନ୍ଦରଗଡରୁ ୧୩୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏହାସହିତ ରାଜ୍ୟରେ ଆଜି ୧୦ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ କୋଭିଡ୍ ଜନିତ ମୃତ୍ୟୁସଂଖ୍ୟା ୩୫୩ରେ ପହଁଚିଛି। ଏମାନଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୪ଜଣଙ୍କର ମୃତ୍ଯୁ ହୋଇଛି । ଏହାସହିତ ଗଞ୍ଜାମ,କଟକ,ସୁନ୍ଦରଗଡ,ରାୟଗଡା,ପୁରୀ ଓ ବରଗଡରୁ ଜଣେ ଲେଖାଁଏ କରୋନା ଆକ୍ରାନ୍ତଙ୍କର ମୃତ୍ଯୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.