ଦେଶରେ କରୋନା ନେଲାଣି ୫୦ହଜାର ୯୨୧ଜଣଙ୍କ ଜୀବନ, ମହାରାଷ୍ଟ୍ରରେ ସର୍ବାଧିକ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଗମ୍ଭୀର । ମାରାତ୍ମକ ଭାଇରସରେ ମୃତ୍ୟୁ ସଂଖ୍ୟା ୫୦ହଜାର ଟପିଲା। ମୋଟ୍ ୫୦ହଜାର ୯୨୧ଜଣଙ୍କ ଜୀବନ ନେଲାଣି ମାରାତ୍ମକ ଭାଇରସ୍‌ । ୧୫୬ ଦିନରେ ୫୦ହଜାର ଟପିଛି ମୃତ୍ୟୁସଂଖ୍ୟା। ଗତ ୨୪ ଘଣ୍ଟାରେ ୫୭ହଜାର ୯୮୨ ଜଣ ଆକ୍ରାନ୍ତ ହୋଇଥିବାବେଳେ, ୯୪୧ ଜଣଙ୍କ ଜୀବନ ନେଇଛି କରୋନା।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ୨୬ଲକ୍ଷ ୪୭ହଜାର ୬୬୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ଟିଭ୍‌ କେସ୍‌ ରହିଛି ୬ଲକ୍ଷ ୭୬ହଜାର ୯୦୦। ଏପର୍ଯ୍ୟନ୍ତ ୧୯ଲକ୍ଷ ୧୯ହଜାର ୮୪୨ଜଣ ସୁସ୍ଥ ହେଲେଣି। ମହାରାଷ୍ଟ୍ରରେ ସର୍ବାଧିକ ୨୦ହଜାର ୩୭ ଜଣଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀ, ତାମିଲନାଡୁ ଓ କର୍ଣ୍ଣାଟକରେ ବି ସ୍ଥିତି ବିଗିଡିବାରେ ଲାଗିଛି। ଦେଶରେ ୩ କୋଟି ଟପିଛି କରୋନା ସାମ୍ପଲ ଟେଷ୍ଟ। ଗତ ୨୪ ଘଣ୍ଟାରେ ୭ଲକ୍ଷ ୩୧ହଜାର ୬୯୭ ସାମ୍ପଲ ଟେଷ୍ଟ କରାଯାଇଥିବା ICMR ପକ୍ଷରୁ ଟ୍ଵିଟ୍‌ ଯୋଗେ ସୂଚନା ଦିଆଯାଇଛି।

rajasthan hoghcouirt judgeକରୋନାରେ ଗତ ୧୧ଦିନରେ ୧୦ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଗତ ୧୧ଦିନ ଧରି ଦୈନିକ ପ୍ରାୟ ୯ଶହରୁ ଅଧିକ ବ୍ୟକ୍ତିଙ୍କ ପ୍ରାଣ ହାନି ଘଟୁଛି। ମାର୍ଚ୍ଚ ୧୨ ତାରିଖରେ କରୋନାରେ ପ୍ରଥମ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ୧୦ହଜାର ମୃତ୍ୟୁ ସଂଖ୍ୟା ପାର କରିବାକୁ ତିିନିମାସ ସମୟ ଲାଗିଥିଲା। କରୋନାରେ ମୃତ୍ୟୁ ସଂଖ୍ୟାରେ ବିଶ୍ୱରେ ଭାରତ ୪ର୍ଥ ସ୍ଥାନରେ ରହିଛି। ସର୍ବାଧିକ ମୃତ୍ୟୁ ଆମେରିକାରେ ହୋଇଥିବା ବେଳେ ଏହା ପଛକୁ ବ୍ରାଜିଲ ଓ ମେକ୍ସିକୋ ରହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.