୧୩ ମିନିଟ୍‌ରେ ୧୧୧ଟି ତୀର ଚଲାଇଲେ ୫ ବର୍ଷୀୟ ଶିଶୁ, ବିଶ୍ୱ ରେକର୍ଡରେ ପାଇପାରନ୍ତି ସ୍ଥାନ

ଚେନ୍ନାଇରେ ରହୁଥିବା ଏକ ପାଞ୍ଚ ବର୍ଷର ବାଳିକା ଏଭଳି ଅଦ୍ଭୁତ କାମ କରି ଦେଖାଇଛନ୍ତି ଯାହା କୌଣସି ବଡ ବଡ ଲୋକ ମଧ୍ୟ କରିପାରନ୍ତି ନାହିଁ। ୫ବର୍ଷୀୟା ସଞ୍ଜନା, ଆଉ ସେ ତୀରନ୍ଦାଜରେ ବେଶ୍‌ ପାରଙ୍ଗମ ମଧ୍ୟ। ସ୍ୱାଧୀନତା ଦିବସ ଅବସରରେ ବିନା ବିଶ୍ରାମରେ ୧୩ ମିନିଟରେ ୧୧୧ଟି ତୀର ଚଳାଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି ସଞ୍ଜନା।

ସଞ୍ଜନା ହେଉଛନ୍ତି ବିଶ୍ୱର ଏକମାତ୍ର ପିଲା ଯିଏ କେବଳ ୧୩ ମିନିଟରେ ୧୧୧ଟି ତୀର ଚଳାଇଛନ୍ତି । ଖାଲି ଏତିକି ନୁହେଁ, ଏହି ସମୟରେ ସେ ୧୫ ସେକେଣ୍ଡର ଅପ୍-ଡାଉନ୍ ପୋଜିସନରେ ମଧ୍ୟ ଏହା କରି ଦେଖାଇଛନ୍ତି । ଏବେ ଗିନିଜ୍ ବୁକରେ ତାଙ୍କର ରେକର୍ଡକୁ ସ୍ଥାନ ଦେବାକୁ ପ୍ରସ୍ତୁତି ଚାଲିଛି ।

sanjana

୫ବର୍ଷିୟା ସଞ୍ଜନାଙ୍କର ଟ୍ରେନର ଶିହାନ ହୁସେନ୍ କହିଛନ୍ତି , ସାଧାରଣରେ ବିଶ୍ୱ ଓ ଯେକୌଣସି ରାଷ୍ଟ୍ରୀୟ ସ୍ତରରେ ପ୍ରତିଯୋଗୀତାରେ ଜଣେ ଟ୍ରେଣ୍ଡ ତୀରନ୍ଦାଜ ୪ମିନିଟରେ ୬ ଟି ତୀର ଚଳାଇ ଥାଏ । ଏହାର ଅର୍ଥ ୨୦ମିନିଟରେ ଏମିତି ପ୍ରଫେସନାଲ ତୀରନ୍ଦାଜ ୩୦ଟି ତୀର ଚଳାଇପାରିବେ । କିନ୍ତୁ ଏହି ପିଲା ୧୩ ମିନିଟରେ ୧୧୧ଟି ତୀର ଚଳାଇଛନ୍ତି , ନିଶ୍ଚୟ ଏହା ଏକ ଆଶ୍ଚର୍ଯ୍ୟକର କଥା । ସଞ୍ଜନା ତୀରନ୍ଦାଜ କରିବାରେ ବେଶ୍‌ ମାହିର। ପ୍ରତି ସ୍ୱାଧୀନତା ଦିବସ ଅବସରରେ ସଞ୍ଜନା ନୂଆ ନୂଆ ରେକର୍ଡ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.