Below header

ପ୍ରବଳ ବର୍ଷା ଯୋଗୁ ଡ୍ୟାମ୍‌ରେ ଫସିଯାଇଥିଲେ ଯୁବକ, ବାୟୁସେନାର ହେଲିକପ୍ଟର ପହଞ୍ଚି ଏମିତି ବଞ୍ଚାଇଲା ଜୀବନ; ଦେଖନ୍ତୁ ଭିଡିଓ

ପ୍ରବଳ ବର୍ଷା ଯୋଗୁ ଭାରତର ଅନେକ ରାଜ୍ୟ ପ୍ରଭାବିତ ହୋଇଛି। କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ମଧ୍ୟ ଦେଖାଦେଇଛି। ଛତିଶଗଡ଼ରେ ମଧ୍ୟ ଏବେ ପ୍ରବଳ ବର୍ଷା ଜାରି ରହିଛି। ବନ୍ୟା ଜଳରେ ଭାସି ଯାଇ ଜଣେ ବ୍ୟକ୍ତି ବିଳାସପୁର ନିକଟସ୍ଥ ଖୁଟଘାଟ ଡ୍ୟାମ୍‌ରେ ଫସିଯାଇଥିଲେ। ପାଣିର ସୁଅ ଏତେ ଅଧିକ ଥିଲା ଯେ ସେ ଉପରକୁ ଆସିପାରୁନଥିଲେ। ଏକ ଗଛକୁ ଧରି ସେ ଦୀର୍ଘ ସମୟ ହେଲା ସେଠାରେ ଫସି ରହିଥିଲେ। ଏନେଇ ସୂଚନା ମିଳିବା ପରେ ଭାରତୀୟ ବାୟୁସେନା ତାଙ୍କୁ ବଞ୍ଚାଇବାକୁ ପହଞ୍ଚିଥିଲା, ଯାହାର ଭିଡିଓ ଏବେ ଭାଇରାଲ ହେଉଛି।

ଦେଖନ୍ତୁ ଭିଡିଓ:

ଭିଡିଓରେ ଆପଣ ଦେଖିପାରୁଥିବେ ଜଣେ ବ୍ୟକ୍ତି ଡ୍ୟାମ୍‌ର ଅଗଭୀର ପାଣି ମଧ୍ୟରେ ଏକ ଗଛକୁ ଧରି ବସିଛି। ଆଖପାଖର ଅନେକ ଲୋକ ତାକୁ ବଞ୍ଚାଇବାକୁ ଚେଷ୍ଟା ଜାରି ରଖିଛନ୍ତି। ଏହି ସମୟରେ ଏକ ଆଇଏଏଫ୍‌ର ହେଲିକପ୍ଟର ଆସି ତଳକୁ ଦଉଡ଼ି ପକାଉଛି। ବ୍ୟକ୍ତିଜଣକ ଦଉଡ଼ିକୁ ଧରି ଉପରକୁ ଉଠୁଛି ଓ ହେଲିକପ୍ଟର ଭିତରକୁ ଯାଉଛି।

ଏଏନ୍‌ଆଇ ତରଫରୁ ମାତ୍ର କିଛି ଘଣ୍ଟା ତଳେ ସେୟାର କରାଯାଇଥିବା ଏହି ଭିଡିଓକୁ ୪୮ ହଜାରରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଥିବା ବେଳେ ୪ ହଜାରରୁ ଅଧିକ କମେଣ୍ଟ ମିଳିଛି। ଭାରତୀୟ ବାୟୁସେନାର ସାହସିକତାକୁ ଲୋକମାନେ ଖୁବ୍‌ ପ୍ରଶଂସା ମଧ୍ୟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.