ଆଜି ରାଜ୍ୟରେ ସର୍ବାଧିକ ୨୫୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ): ଖୁସି ଖବର ଦେଲା ସ୍ବାସ୍ଥ୍ୟ ବିଭାଗ। ଆଜି ରାଜ୍ୟରୁ ସର୍ବାଧିକ ୨୫୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ କରି ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ । ଏହି ସୁସ୍ଥଙ୍କ ମଧ୍ୟରେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

twitt

ଏହା ସହିତ ଗଂଜାମରୁ ୨୬୬, ନୟାଗଡ଼ ୧୪୩, ପୁରୀ ୧୪୧, ରାୟଗଡା ୧୧୨, କୋରାପୁଟ ୧୦୪, ଭଦ୍ରକ ୯୯, କଟକ ୯୮, ବୌଦ୍ଧ ୮୭, ମାଲକାନଗିରି ୭୬, କେନ୍ଦ୍ରାପଡା ୭୪, କନ୍ଧମାଳ ୭୩, ସୁନ୍ଦରଗଡ଼ ୭୩, କଳାହାଣ୍ଡି ୭୨, ମୟୁରଭଞ୍ଜ ୭୦, ବାଲେଶ୍ଵର ୬୩, ନବରଙ୍ଗପୁର ୪୪, ଗଜପତି ୪୨, ଯାଜପୁର ୪୦, କେନ୍ଦୁଝର ୩୭, ଅନୁଗୁଳ ୩୨, ଜଗତସିଂହପୁର ୩୨, ସମ୍ବଲପୁର ୩୨, ବରଗଡ଼ ୨୯, ଢେଙ୍କାନାଳ ୨୦, ସୋନପୁର ୨୦, ବଲାଙ୍ଗୀର ୧୮, ଝାରସୁଗୁଡା ୧୭ ଏବଂ ଦେବଗଡରୁ ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ଏହାକୁ ମିଶାଇ ବର୍ତ୍ତମାନ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୫୯୪୭୦ ରେ ପହଞ୍ଚିଛି।

Leave A Reply

Your email address will not be published.