ଟ୍ୱିନ ସିଟିରେ କରୋନା ଅପଡେଟ: ଭୁବନେଶ୍ୱରରୁ ୩୩୨ ଓ କଟକରୁ ୧୨୫ ନୂଆ ପଜିଟିଭ କେଶ

ଭୁବନେଶ୍ୱର: ଆଜି ରାଜଧାନୀରୁ ୩୩୨ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତ ସଂଖ୍ୟା ୭୯୩୧ କୁ ବୃଦ୍ଧି ପାଇଛି । ଏମଧ୍ୟରୁ ୪୭୨୬ ଜଣ ସୁସ୍ଥତା ଲାଭ କରିଥିବା ବେଳେ ବର୍ତ୍ତମାନ ସମୟରେ ସହରରେ ୩୧୬୨ଟି ଆକ୍ଟିଭ କେଶ ରହିଛି । ଯେବେକି ସହରରୁ ୩୪ ଜଣଙ୍କ ଜୀବନ ଏହି କରୋନା କାରଣରୁ ଯାଇଥିବା ରିପୋର୍ଟ ଆସିଛି । ଆଜି ଚିହ୍ନଟଙ୍କ ମଧ୍ୟରୁ ୧୭୩
ଜଣ କ୍ଵାରେଣ୍ଟିଂନ ସେଣ୍ଟରର ହୋଇଥିବା ବେଳେ ୧୫୯ ଟି ଲୋକାଲ କଣ୍ଟକଟ ରହିଛି । ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଆଜିର ପଜିଟିଭଙ୍କ ମଧ୍ୟରୁ ୧୭୨ ଜଣ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ଯେବେକି ଜଣଙ୍କର ଟ୍ରାଭେଲ ହିଷ୍ଟ୍ରୀ ରହିଛି ।

ସେପଟେ ଆଜି କଟକ ସହରରୁ ୧୨୫ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି । ଏହାକୁ ମିଶାଇ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬୫୩ କୁ ବୃଦ୍ଧି ପାଇଥିବା ବେଳେ ସେମଧ୍ୟରୁ ୧୪୨୮ ଟି ଆକ୍ଟିଭ କେଶ ରହିଛି । ଯେବେକି ଏଯାବତ ୨୧ ଜଣଙ୍କ ମୃତ୍ୟୁ କରୋନା ସଂକ୍ରମିଣ କାରଣରୁ ହୋଇସାରିଲାଣି । ୨୨୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଥିବା ଜଣାଯାଇଛି । ନୂଆ ଚିହ୍ନଟଙ୍କ ମଧ୍ୟରୁ ୨୪ ଜଣ ପୂର୍ବରୁ ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ୩୪ ଜଣ କଣ୍ଟନମେଣ୍ଟ ଜୋନରେ ଥିବା ଜଣାଯାଇଛି । ୩୩ ଜଣ ହୋମ କ୍ଵାରେଣ୍ଟିଂନରେ ଥିବା ବେଳେ ୩୪ଜଣ ସ୍ଥାନୀୟ ସଂକ୍ରମଣରୁ ଆକ୍ରାନ୍ତ ହୋଇଥିବା ଜଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.