ଭାରତୀୟ ବଜାରରେ ୧୩ ପଇସା କମିଲା ଡିଜେଲ ଦର, ଜାଣନ୍ତୁ ଆଜି ଲିଟର ପ୍ରତି କେତେ ରହିଛି ମୂଲ୍ୟ

ସରକାରୀ ତୈଳ କମ୍ପାନୀ ମାନଙ୍କ ତରଫରୁ ଜାରି ହୋଇଥିବା ତଥ୍ୟ ଅନୁଯାୟୀ ଆଜି ଡିଜେଲ ଦର ୧୩ ପଇସା ପର୍ଯ୍ୟନ୍ତ କମିଥିବା ଜଣାଯାଇଛି । ସେପଟେ କିନ୍ତୁ ପେଟ୍ରୋଲ ଦରରେ କୌଣସି ବିଶେଷ ପରିବର୍ତ୍ତନ ଆସିନାହିଁ । ଏହା ପୂର୍ବରୁ ଜୁଲାଇ ୩୦ ତାରିଖରେ ସରକାର ଡିଜେଲ ଦର ୮ ଟଙ୍କା ୩୬ ପଇସା ପର‌୍ୟ୍ୟନ୍ତ କମାଇଥିଲେ । ଏହା ପରେ ଡିଜେଲ ଦାମ ବଜାରରେ ଲିଟର ପ୍ରତି ୭୩.୫୬ ଟଙ୍କାକୁ ଖସି ଆସିଥିଲା । ଦିଲ୍ଲୀରେ ପେଟ୍ରୋଲ ଦାମ ଲିଟର ପ୍ରତି ୮୨.୦୮ ଟଙ୍କା ଥିବା ଜଣାଯାଇଛି । ଯେବେକି କୋଲକାତାରେ ଡିଜେଲ ଓ ପେଟ୍ରୋଲ ଦାମ ଲିଟର ପିଛା ୭୬.୭୭ ଟଙ୍କା ଓ ୮୩.୫୭ ଟଙ୍କା ରହିଛି । କିନ୍ତୁ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଅନ୍ୟସହର ମାନଙ୍କ ଅପେକ୍ଷା ମୁଲ୍ୟ କିଛିଟା ଅଧିକ ରହିଥିବା ଜଣାଯାଇଛି ।

ଡିଜେଲ ମୂଲ୍ୟ ଲିଟର ପ୍ରତି ୭୯.୮୧ ଟଙ୍କା ଥିବା ବେଳେ ପେଟ୍ରୋଲ ମୂଲ୍ୟ ୮୮.୭୩ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି । ଯେବେକି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ଯଥାକ୍ରମେ ୭୮.୫୮ ଟଙ୍କା ଓ ୮୫.୦୪ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି । କହିରଖିବା ଉଚିତ ହେବକି ଅଶୌଧିତ ତୈଳ ଦ୍ୱାରା ଆପଣ ଏସଏମଏସ ମଧ୍ୟରେ ସହଜରେ ଜାଣି ପାରିବେ । ବିଦେଶୀ ମୁଦ୍ରା ଦର ସହ ଅନ୍ତରାଷ୍ଟ୍ରୀୟ ବଜାରରେ କ୍ରୁଡ଼ ଅଏଲ ମୂଲ୍ୟ ଅନୁସାରେ ହିଁ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ଆସିଥାଏ । ଏହି ମାନକ ଅନୁଯାୟୀ ହିଁ , ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ହୋଇଥାଏ ।

Leave A Reply

Your email address will not be published.