ସ୍ୱାଇନ ଇନଫ୍ଲୁଏଞ୍ଜାକୁ ସ୍ୱାଇନ ଫ୍ଲୁ ନାମରେ ଜଣାଯାଏ। କାଶ, ଥଣ୍ଡା, ଜ୍ୱର, ବାନ୍ତି ହେବା, ଝାଡା ହେବା, ଶରୀରରେ ଯନ୍ତ୍ରଣା ଅନୁଭବ ଆଦି ଏହି ରୋଗର ପ୍ରମୁଖ ଲକ୍ଷଣ। ଏହି ଭାଇରସରେ ପରିବର୍ତ୍ତିତ ହେବାର କ୍ଷମତା ହୋଇଥାଏ, ଯାହାଦ୍ୱାରା ଏହା ସହଜରେ ଲୋକଙ୍କ ମଧ୍ୟରେ ବ୍ୟାପିଯାଇଥାଏ। ଏହାର ଚିକିତ୍ସା ଆଣ୍ଟିଭାଇରାଲ ଔଷଧ ଦ୍ୱାରା କରାଯାଇଥାଏ। କିନ୍ତୁ ଆପଣ ଚାହିଁଲେ ଘରେ ମଧ୍ୟ ଏହାର ଚିକିତ୍ସା କରିପାରିବେ। ଆସନ୍ତୁ ଜାଣିବା ସ୍ୱାଇନ୍ ଫ୍ଲୁ ଚିକିତ୍ସାର ଘରୋଇ ଉପଚାର।
ତୁଳସୀ – ସକାଳ ସଞ୍ଜ ତୁଳସୀ ପତ୍ର ଚୋବାଇବା ଦ୍ୱାରା ସ୍ୱାଇନ ଫ୍ଲୁ ଭଳି ମାରାତ୍ମକ ରୋଗ ଠାରୁ ନିଜକୁ ମୁକ୍ତି ଦେଇପାରିବେ। କାରଣ ତୁଳସୀରେ ରୋଗ ପ୍ରତିରୋଧକ ବଢ଼ାଇବାର କ୍ଷମତା ଅଧିକ ରହିଥାଏ।
ହଳଦୀ – ରାତିରେ ଶୋଇବା ସମୟରେ କିମ୍ବା ଦିନରେ କେବେବି ଏକ ଗ୍ଲାସ ଗରମ କ୍ଷୀର ସହିତ ଛୋଟ ଚାମଚ ହଳଦୀ ମିଶାଇ ପିଇବା ଦ୍ୱାରା ସ୍ୱାଇନ୍ ଫ୍ଲୁ ଠାରୁ ରକ୍ଷା ପାଇପାରିବେ।
ରସୁଣ – ରସୁଣ ଦୁଇ କୋଲା ସକାଳ ସମୟରେ ଗରମ ପାଣି ସହିତ ଚୋବାଇ ଖାଆନ୍ତୁ, ଦେଖିବେ ଏହି ରୋଗ ଠାରୁ ତୁରନ୍ତ ଆପଣଙ୍କୁ ଆରାମ ମିଳିବ।
ଲିମ୍ବ – ପ୍ରତିଦିନ ସକାଳୁ କଞ୍ଚା ଲିମ୍ବ ପତ୍ର ଖାଇବା ଦ୍ୱାରା ମଧ୍ୟ ସ୍ୱାଇନ ଫ୍ଲୁ ଠାରୁ ରକ୍ଷା ମିଳିପାରିବ। ଏହା ଶରୀରର ଭାଇରସକୁ ବାହାର କରିବାରେ ସହାୟକ ହୋଇଥାଏ।
ଭିଟାମିନ୍ ସି – ଭିଟାମିନ ସି ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ବଢ଼ାଇବାରେ ବହୁତ ମହତ୍ତ୍ୱପୂର୍ଣ୍ଣ ଭିଟାମିନ ହୋଇଥାଏ। ଗୋଟେ ଦିନରେ କୌଣସି ନା କୌଣସି ଭିଟାମିନ ସିରେ ଭରପୂର ଫଳ ଯଥା ଅଁଳା, ଲିମ୍ବ, ମୋସମ୍ବୀ ନିଶ୍ଚୟ ଭାବରେ ଖାଆନ୍ତୁ। ଏହା ନା କେବଳ ଶରୀରର ରୋଗ ଠାରୁ ଲଢ଼ିବାର କ୍ଷମତା ଦେଇଥାଏ ବରଂ ଏହା ଶରୀରକୁ ସଂକ୍ରମଣ ମଧ୍ୟ କମ୍ ହୋଇଯାଇଥାଏ।